ମୋଦୀ ସରକାର ତାମିଲନାଡୁର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ : ଅମିତ ଶାହା

ଚେନ୍ନଇ : ଶନିବାର ଠାରୁ ଦୁଇ ଦିନିଆ ତାମିଲନାଡୁ ରାଜଧାନୀ ଚେନ୍ନଇ ଗସ୍ତରେ ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ।ଶାହାଙ୍କ ଏହି ଗସ୍ତ ଅବସରରେ ଆୟାଜିତ ଏକ ସଭାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ସରକାର ତାମିଲନାଡୁ ସହିତ ପଥର ପରି ଛିଡା ହୋଇଛି ଏବଂ ତାମିଲନାଡୁର ବିକାଶ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ଏଥି ସହିତ ଶାହା ଆହୁରୀ ମଧ୍ୟ କହିଛନ୍ତି ଯେ ମହାନ ଜନନେତ୍ରୀ ଜୟଲଳୀତାଙ୍କ ତାମିଲନାଡୁରେ ଯେଉଁଭଳି ଭାବେ ବିକାଶ ହୋଇଛି, ଆଗକୁ କେ. ପାଲାନିସ୍ବାମୀଙ୍କ ନେତୃତ୍ବରେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହେବ । ଶାହା କହିଛନ୍ତି, ଭାରତ ଇତିହାସରେ ତାମିଲନାଡୁ ହେଉଛି ସଂସ୍କୃତି ସମ୍ପର୍ଣ୍ଣ ରାଜ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । ଯିଏକି ସାରା ବିଶ୍ବରେ ଭାରତର ଯଶ ରଖିଛି । ସାଂସ୍କୃତିକ କ୍ଷେତ୍ର, ବିଜ୍ଞାନ, କଳା, କାରିଗରୀ କିମ୍ବା ସ୍ୱାଧୀନତା ଆନ୍ଦୋଳନ ହେଉ, ତାମିଲ ସଂସ୍କୃତିର ଅବଦାନକୁ କେହି ଭୁଲି ପାରିବେ ନାହିଁ।


ଚେନ୍ନଇର ଆୟାଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଅମିତ ଶାହା କହିଛନ୍ତି ଯେ, ସାରା ବିଶ୍ବ କରୋନାର ପ୍ରକୋପ ହନ୍ତସନ୍ତ ହେଉଛି । କିନ୍ତୁ ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କରୋନା ମହାମାରୀ ବିରୁଦ୍ଧରେ ଦୃଢ ସଂଗ୍ରାମ ଜାରି ରହିଛି । ଅନ୍ୟ ବିକଶିତ ଦେଶମାନଙ୍କ ତୁଳନାରେ ଭାରତ ଏବେ ଭଲ ସ୍ଥିତିରେ ଅଛି ଏବଂ ସେମାନଙ୍କ ତୁଳନାରେ ଭାରତ ଭଲ ଭାବେ କରୋନା ମୁକାବିଲା କରୁଛି ବୋଲି ଶାହା କହିଛନ୍ତି । ଏଥି ସହିତ ଏହି ସଭାରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ବାମୀ କହିଛନ୍ତି ଯେ, ବିଜେପି ସହିତ ଗଠବନ୍ଧନ ଜାରି ରହିବ । ୨୦୨୧ରେ ବିଜେପି ସହ ମିଶି ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି ପାଲାନିସ୍ବାମୀ ।


ପାଲାନିସ୍ୱାମୀଙ୍କ ନେତୃତ୍ୱରେ ତାମିଲନାଡୁ ସର୍ବୋତ୍ତମ ରାଜ୍ୟ ହୋଇପାରିବ

ଅମିତ ଶାହା କହିଛନ୍ତି ଯେ ମହାନ ଏମ.ଜି.ଆର ଏବଂ ଲୋକାନେତ୍ରୀ ଜୟଲଳିତାଜିଙ୍କ ନେତୃତ୍ୱରେ ତାମିଲନାଡୁ ଯେଉଁଭଳି ଭାବରେ ବିକଶିତ ହୋଇଥିଲା, ମୁଁ ନିଶ୍ଚିତ ଯେ ପାଲାନିସ୍ୱାମୀଜୀଙ୍କ ନେତୃତ୍ୱରେ ତାମିଲନାଡୁ ଦେଶର ସର୍ବୋତ୍ତମ ରାଜ୍ୟ ହେବା ପାଇଁ ଆଗକୁ ବଢି ଚାଲିଛି। ସେ କହିଛନ୍ତି ଯେ ତାମିଲନାଡୁର ୪୫ ଲକ୍ଷ ଚାଷୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ୪,୪୦୦ କୋଟି ଟଙ୍କା ପଠାଯାଇଛି। ଗ୍ରାମୀଣ କୋଅପରେଟିଭ୍ ବ୍ୟାଙ୍କ ଏବଂ ଆରଆରବି ମାଧ୍ୟମରେ ଚାଷୀଙ୍କୁ ୩୦,୦୦୦ କୋଟି ପୃଥକ ଭାବରେ ପ୍ରଦାନ କରାଯାଇଛି।

ମୋଦୀଙ୍କ ନେତୃତ୍ୱରେ ଦେଶର ସୀମା ସୁରକ୍ଷିତ ରହିବ

ଗୃହମନ୍ତ୍ରୀ କହିଛନ୍ତି ଯେ ମୁଁ ସମସ୍ତ ସୁରକ୍ଷା ବାହିନୀର ସୈନିକମାନଙ୍କୁ ଅଭିନନ୍ଦନ ଜଣାଉଛି, ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ଦେଶ ସୁରକ୍ଷିତ କରିଛନ୍ତି। ମୋଦୀଜିଙ୍କ ନେତୃତ୍ୱରେ ଦେଶର ସୀମା ସୁରକ୍ଷିତ ରହିବ, ଦେଶ ବିକାଶ ପଥରେ ଆଗକୁ ବଢିବ ଏବଂ ଭାରତର ନାମ ତଥା ସମ୍ମାନ ବିଶ୍ୱକୁ ଛୁଇଁବ।

Comments are closed.