ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଦେଶଯାତ୍ରା ଖର୍ଚ୍ଚ ୧୬୦୦ କୋଟି ଟଙ୍କା

0

ନୂଆଦିଲ୍ଲୀ  . –  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଦେଶ ଯାତ୍ରା ଖର୍ଚ୍ଚ ୧୬୦୦ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଅନେକ ସମୟରେ ବିରୋଧୀଦଳମାନେ ଏହାକୁ ନେଇ ପ୍ରଶ୍ନ କରିଥାଆନ୍ତି । ମୋଦୀଙ୍କ ବିଦେଶ ଯାତ୍ରା ଉପରେ ସରକାର ୧୬୦୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବୈଦେଶିକ ମନ୍ତ୍ରାଳୟ ଓ୍ୱେବସାଇଟରେ ଉପଲବ୍ଧ ସୂଚନା ଅନୁସାରେ ରାଜ୍ୟ ସଭା ସାଂସଦ ବିନୟ ବିଶ୍ୱାସ ପ୍ରଧାନମନ୍ତ୍ରୀ ମୋଦୀଙ୍କର ବିଦେଶ ଯାତ୍ରାର ବିଷୟରେ ଲିଖିତ ପ୍ରଶ୍ନ ପଚାରିଥିଲେ । ଏହି ପ୍ରଶ୍ନ ଉତ୍ତରରେ ବୈଦେଶିକ ରାଷ୍ଟ୍ର ମନ୍ତ୍ରୀ ଜେନେରାଲ ବିକେ ସିଂ ଉତ୍ତର ରଖିଥିଲେ ।  ପ୍ରଧାନମନ୍ତ୍ରୀ ଗତ ସାଢେ ଚାରି ବର୍ଷ ମଧ୍ୟରେ ୮୪ ଥର ବିଦେଶ ଯାତ୍ରା କରିଛନ୍ତି , ଏଥିପାଇଁ ୧୬୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସେ ଉତ୍ତର ରଖିଥିଲେ । ବୈଦେଶିକ ମନ୍ତ୍ରାଳୟ ଅନୁସାରେ  ପ୍ରଧାନମନ୍ତ୍ରୀଙ୍କର ବିଦେଶ ଯାତ୍ର ସମୟରେ ସର୍ବାଧିକ ଖର୍ଚ୍ଚ ଏୟାର ଇଣ୍ଡିଆର ରକ୍ଷଣ ବେକ୍ଷଣ ଓ ସୁରକ୍ଷିତ ହଟ୍‌ ଲାଇନ ସ୍ଥାପନ କରିବାରେ ଖର୍ଚ୍ଚ ହୋଇଛି ।

ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ପ୍ରଥମେ ଭୂଟାନ ଗସ୍ତରେ ଯାଇଥିଲେ । ଏଥିରେ ୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚର ବିବରଣୀ

ବର୍ଷ                              ଖର୍ଚ୍ଚ

୨୦୧୪-୧୫            ୨୨୦.୩୮ କୋଟି ଟଙ୍କା

୨୦୧୫-୧୬          ୨୨୦.୪୮   କୋଟି ଟଙ୍କା

୨୦୧୬-୧୭          ୩୭୬.୬୭   କୋଟି ଟଙ୍କା

୨୦୧୭-୧୮         ୩୪୧.୭୭   କୋଟି ଟଙ୍କା

୨୦୧୮-୧୯          ୪୨୩.୪୮   କୋଟି ଟଙ୍କା

ସୂଚନା – ଆଜତକ୍‌

Leave A Reply