ରାଷ୍ଟ୍ରପତି ଭବନରେ ମୋଦୀ : ସରକାର ଗଠନ ପାଇଁ ଜଣାଇଲେ ଦାବି

ନୂଆଦିଲ୍ଲୀ : ଏନ୍‍ଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ପରେ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି । ୩୫୩ ସାଂସଦଙ୍କ ସମର୍ଥନ ଥିବା ଏକ ପତ୍ର ସେ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି । ପୂର୍ବରୁ ସେ ଏନ୍‍ଡିଏ ନେତାମାନଙ୍କୁ ସାକ୍ଷାତ କରିଥିଲେ । ଆସନ୍ତା ୩୦ ତାରିଖରେ ଶ୍ରୀ ମୋଦୀ ୨ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ।

ଅନ୍ୟ ପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେବାକୁ ରବିବାର ଗୁଜରାଟ ଗସ୍ତ କରିବେ । ସେହିପରି ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ସୋମବାର ଦିନ ସେ ବାରାଣାସୀ ଯାଇ ସେଠାକାର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇବେ।

ସୂଚନା ଯୋଗ୍ୟ ଚଳିତ ନିର୍ବାଚନରେ ବିଜେପି ୩୦୩ଟି ଆସନରେ ଜିତି ଥିବାବେଳେ ଏନ୍‍ଡିଏ ୩୫୨ଟି ଆସନରେ ଜିତି ଲୋକସଭାରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଛି । ଶ୍ରୀ ମୋଦୀ ବାରଣାସୀ ଆସନରୁ ୬,୭୪,୬୬୪ଟି ଭୋଟ ପାଇ ବିଜୟୀ ହୋଇଛନ୍ତି।

Comments are closed.