କଂଗ୍ରେସକୁ ମୋଦୀଙ୍କ ଆହ୍ୱାନ: ବାହ୍ୟବ୍ୟକ୍ତିଙ୍କୁ ଦଳର ଅଧ୍ୟକ୍ଷ କରି ଦେଖାଅ

0

ଅମ୍ବିକାପୁର : କଂଗ୍ରେସ ନେତା ଶଶି ଥରୁରରଙ୍କ ‘ଚା’ ବାଲା’ ମନ୍ତବ୍ୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସକୁ ଏକ କଡ଼ା ଚ୍ୟାଲେଞ୍ଚ ଦେଇ ମୋଦୀ କହିଛନ୍ତି ଯଦି ଏହି ଦଳ ଅତିକମ୍‍ରେ ୫ ବର୍ଷ ପାଇଁ ଗାନ୍ଧୀ ପରିବାରର ସଦସ୍ୟ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ଦଳୀୟ ଅଧ୍ୟକ୍ଷ ନିଯୁକ୍ତ କରେ ତା’ ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁଙ୍କ ବାସ୍ତବରେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି ବୋଲି ସେ ବିଶ୍ୱାସ କରିବେ। ନେହରୁଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ସାଂଗଠନିକ ବ୍ୟବସ୍ଥା କାରଣରୁ ମୋଦୀଙ୍କ ଭଳି ଚା’ବାଲା ପ୍ରଧାନମନ୍ତ୍ରୀ ହେବା ସମ୍ଭବ ହୋଇଛି ବୋଲି ନିକଟରେ ଥରୁର ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ପରିପ୍ରେକ୍ଷୀରେ ଛତିଶଗଡ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ବେଳେ ମୋଦୀ ଆହୁରି କହିଛନ୍ତି ଗାନ୍ଧୀ ପରିବାର ଭିନ୍ନ କଂଗ୍ରେସର ଅନ୍ୟ ଉତ୍ତମ ନେତାମାନଙ୍କୁ ଦଳୀୟ ଅଧ୍ୟକ୍ଷ ହେବାକୁ ଦିଆଯାଉ। କଂଗ୍ରେସ ଚାରୋଟି ପୀଢି ଧରି ଦେଶକୁ ଶାସନ କରିଆସୁଛି। ଏଣୁ ଏହି ସମୟ ମଧ୍ୟରେ ଏହି ଦଳ ଦେଶ ପାଇଁ କ’ଣ କରିଛି ତାହାର ହିସାବ ଦେବା ଉଚିତ। ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିବାର ଅଧିକାର କେବଳ ଗୋଟିଏ ପରିବାରର ସଦସ୍ୟଙ୍କର ରହିଛି ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା ଦେଶବାସୀ ତାହାକୁ ଅସ୍ୱୀକାର କରିଛନ୍ତି। କଂଗ୍ରେସ ମିଥ୍ୟ କହି ଦେଶବାସୀଙ୍କୁ ଅନ୍ଧକାରରେ ରଖିଛିି ବୋଲି ମୋଦୀ କଂଗ୍ରେସ ଏବଂ ଗାନ୍ଧୀ ପରିବାରକୁ ସମାଲୋଚନା କରି କହିଛନ୍ତି।

Leave A Reply