କେନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ଯୋଗଦାନ ଆନନ୍ଦର ବିଷୟ – ମୋଦୀ

ଡେସ୍କ: ଚଳିତ ବର୍ଷ କେନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ଯୋଗଦାନକୁ ଦେଶର ସମ୍ମାନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ଅବସରରେ ଭାରତର କେନ୍ସ ଚଳଚ୍ଚିତ୍ର ଉତ୍ସବରେ ଅଂଶଗ୍ରହଣ ଏକ ଗର୍ବର ବିଷୟ। ସେ କହିଛନ୍ତି, ଭାରତ ଓ ଫ୍ରାନ୍ସ ମଧ୍ୟରେ ମଧ୍ୟ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂରଣ ହେବାକୁ ଯାଉଥିବା ବେଳେ ସେଠାରେ ଅନୁଷ୍ଠିତ ହେଉଥିବା କେନ୍ସ ଚଳଚ୍ଚିତ୍ର ଉତ୍ସବରେ ଭାରତର ଯୋଗଦାନ ଆଉ ଏକ ଆନନ୍ଦର ବିଷୟ।

ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଭାରତ ହେଉଛି ସର୍ବବୃହତ ଚଳଚ୍ଚିତ୍ର ପ୍ରସ୍ତୁତକାରୀ ରାଷ୍ଟ୍ର ଏବଂ ଭାରତୀୟ ଚଳଚ୍ଚିତ୍ରର ବହୁମୁଖୀ ଚରିତ୍ର ଓ ଶୃଙ୍ଖଳା ଦେଶର ସାଂସ୍କୃତିକ ବିବିଧତା ଓ ସମୃଦ୍ଧ ପରମ୍ପରାର ପରିଚୟ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ଅନେକ କାହାଣୀ ବିଶ୍ୱବାସୀଙ୍କ ଆଗରେ ଉପସ୍ଥାପିତ କରିବାକୁ ଅଛି। ସେ କହିଛନ୍ତି, ଚଳଚ୍ଚିତ୍ର କ୍ଷେତ୍ରରେ ବ୍ୟବସାୟ କୋହଳ କରିବା ପଦକ୍ଷେପ ଜାରି ରଖିବାକୁ ଦେଶ ପ୍ରତିଶ୍ରୁତିବଦ୍ଧ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆନ୍ତର୍ଜାତିକ ଚଳଚ୍ଚିତ୍ର-ସହ ପ୍ରଯୋଜନା ବ୍ୟବସ୍ଥାକୁ ଉତ୍ସାହିତ କରିବା ପାଇଁ ଭାରତ ବିଶ୍ୱସ୍ତରୀୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ପ୍ରୋତ୍ସାହିତ କରୁଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସତ୍ୟଜିତ ରାୟଙ୍କ ଚଳଚ୍ଚିତ୍ର କେନ୍ସ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବା ଭାରତ ପାଇଁ ଏକ ଗୌରବର ବିଷୟ ଥିଲା।

Comments are closed.