କାଲି ମୋଦୀଙ୍କ କ୍ୟାବିନେଟ ବୈଠକ, ଲକଡାଉନ ବଢ଼ିବା ପରେ ନୂଆ ପ୍ୟାକେଜ ପାଇଁ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ଲକଡାଉନ ସମୟସୀମା ବୃଦ୍ଧି କରାଯିବା ପରେ କେନ୍ଦ୍ର ସରକାର ଆଉ କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଆସନ୍ତା କାଲି ଅର୍ଥାତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ଲକଡାଉନ ଅବଧିକୁ ଅସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବାରୁ ଦେଶବାସୀଙ୍କ ଲାଗି କିଛି ନୂଆ ପ୍ୟାକେଜ ନେଇ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇପାରେ ବୋଲି କୁହାଯାଉଛି।

ବୁଧବାର ସନ୍ଧ୍ୟା ସାଢ଼େ ୫ଟାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ପୂର୍ବଥର ଭଳି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ ଚାଲିବ। ବୈଠକରେ କୃଷି କ୍ଷେତ୍ର ସହିତ ଆଉ କିଛି ସେକ୍ଟରକୁ ଆଶ୍ବସ୍ତି ଦେବା ଲାଗି ନିଷ୍ପତ୍ତି ହୋଇପାରେ। ଏହା ସହିତ କରୋନା ମୁକାବିଲା ସକାଳେ ବଡ଼ ଯୋଜନା ଉପରେ ଆଲୋଚନା ହୋଇପାରେ। ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଆସନ୍ତା କାଲି ସରକାରଙ୍କ ପକ୍ଷରୁ ଏକ ଗାଇଡ୍‌ଲାଇନ ଜାରି କରାଯିବ ବୋଲି କହିଥିଲେ। ତେଣୁ କ୍ୟାବିନେଟ ବୈଠକରେ ଏହି ଗାଇଡ୍‌ଲାଇନ ସମ୍ପର୍କରେ ଆଲୋଚନା ହେବ ବୋଲି କୁହାଯାଉଛି।

Comments are closed.