ହିଂସା ପାଇଁ ଉସକାଉଛନ୍ତି କଂଗ୍ରେସ ଓ ମେଣ୍ଟ – ମୋଦୀ

ଝାଡ଼ଖଣ୍ଡ: କଂଗ୍ରେସ ଓ ଏହାର ମେଣ୍ଟ ଦଳ ଏବଂ ବାମପନ୍ଥୀ ଦଳମାନେ ନାଗରିକ ସଂଶୋଧନ ଆଇନ୍‍କୁ ନେଇ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ଓ ହିଂସା ପାଇଁ ଉସକାଉଛନ୍ତି ବୋଲି ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲ୍ଲାର ବରହେଟ୍‍ଠାରେ ଏକ ନିର୍ବାଚନ ର‍୍ୟାଲିରେ ମୋଦୀ କହିଛନ୍ତି, ନାଗରିକ ସଂଶୋଧନ ଆଇନ୍‍ ନାମରେ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ କଂଗ୍ରେସ ଓ ମେଣ୍ଟ ଦଳ ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ସେ କହିଛନ୍ତି, କଂଗ୍ରେସ ଓ ଏହାର ମିତ୍ର ଦଳମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ମୁସଲମାନମାନଙ୍କୁ ଉସକାଉଛନ୍ତି। କଂଗ୍ରେସ ପାର୍ଟିର ବିଭାଜନକାରୀ ରାଜନୀତି କରିବାର ଅଭ୍ୟାସ ରହିଛି ବୋଲି ସେ କହିଛନ୍ତି।

ନାଗରିକ ସଂଶୋଧନ ଆଇନ୍‍ ଭାରତର କୌଣସି ଧର୍ମର ନାଗରିକଙ୍କର କିଛି କ୍ଷତି ଘଟାଇବ ନାହିଁ ଓ ଏହାକୁ ନେଇ କେହି ବିବ୍ରତ ହେବା ଉଚିତ୍‍ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶ ଭଳି ଦେଶରେ ଯେଉଁମାନେ ଧାର୍ମିକ ଅତ୍ୟାଚାରର ସମ୍ମୁଖୀନ ହୋଇ ଆସିଛନ୍ତି କେବଳ ସେମାନଙ୍କୁ ସାହାଯ୍ୟ କରିବା ହେଉଛି ଏହି ଆଇନ୍‍ର ମୂଳ ଲକ୍ଷ୍ୟ। ପ୍ରଧାନମନ୍ତ୍ରୀ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସରକାରଙ୍କର ନୀତି ସଂକ୍ରାନ୍ତରେ ଗଣତାନ୍ତ୍ରିକ ଉପାୟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ସେ କଲେଜଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଓ ଯୁବାମାନଙ୍କୁ ନିବେଦନ କରିବ ସହ ବିରୋଧୀ ଦଳମାନେ ଗରିଲା ରାଜନୀତି ବନ୍ଦ କରିବା ଉଚିତ୍‍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.