ଶାସନଭାରର ଆଶୀର୍ବାଦ ପାଇଁ କେଦାରନାଥରେ ମୋଦୀ ସୋମନାଥରେ ଶାହ!

ନୂଆଦିଲ୍ଲୀ . – ମେ ୧୯ ତାରିଖରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅନ୍ତିମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଅଲଗା ଅଲଗା ମନ୍ଦିରରେ ଦେଖିବାକୁ ମିଳିଛି । ଖରାପ ପାଗ ସତ୍ତ୍ୱେ ମୋଦୀ କେଦାରନାଥରେ ପୂଜାର୍ଚ୍ଚନା କରିବା ସହ ଧ୍ୟାନ ଗୁ୍ମ୍ପାରେ ତପସ୍ୟା କରୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଧ୍ୟାନ ଗୁମ୍ଫାକୁ ଯାଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ । ଶୈବକ୍ଷେତ୍ରରେ ତାଙ୍କର ଅନେକ ଆସ୍ଥା ଅଛି । ସୋମନାଥରୁ ଦର୍ଶନ ସାରି, କାଶୀ ବିଶ୍ୱନାଥଙ୍କ କ୍ଷେତ୍ର ବାରଣାସୀରୁ ନିର୍ବାଚନ ଲଢୁଛନ୍ତି । ପୂର୍ବରୁ ସେ ଶ୍ରୀକ୍ଷେତ୍ର ପୁରୀରୁ ନିର୍ବାଚନ ଲଢିବେ ନେଇ ଚର୍ଚ୍ଚା ହେଉଥିଲା । ପୁରୀରୁ ସମ୍ବିତ ପାତ୍ର ନିର୍ବାଚନ ଲଢିଥିଲେ ।
ଶନିବାରରେ କେଦାରନାଥରେ ଥିବା ଧ୍ୟାନ ଗୁମ୍ଫାରେ ମୋଦୀ ତପସ୍ୟାରେ ବସିଛନ୍ତି । ସେ ୨୦ ଘଣ୍ଟା କାଳ ସେଠାରେ ସାଧନା କରିବେ । ଶିବଙ୍କର ଆରତୀ କରିବା ପରେ ସେ ବଦ୍ରୀନାଥ ଯିବେ । ଧ୍ୟାନ ଗୁମ୍ଫାରେ ପ୍ରଧାନମନ୍ତ୍ରୀ ରାତ୍ରୀ ଯାପନ କରିବେ ।
ସୁରକ୍ଷା କାରଣରୁ ଧ୍ୟାନଗୁମ୍ଫାର ଆଖପାଖରେ ଏସ୍‌ପିଜି ଯବାନଙ୍କୁ ମୁତୟନ କରାଯାଇଛି । ଗତ ବର୍ଷ ନଭେମ୍ବର ମାସେ ପ୍ରଧାନମନ୍ତ୍ରୀ ମୋଦୀ କେଦାରନାଥରେ ଦର୍ଶନ କରିବା ସହ ଗୁମ୍ଫାମାନଙ୍କ ବିଷୟରେ ପଚାରି ବୁଝିଥିଲେ । ଏହି ସମୟରେ ସେ ସମସ୍ତ ପୁନରଉଦ୍ଧାର କାର୍ଯ୍ୟ ଶୀଘ୍ର ଶେଷ କରିବାପାଇଁ ନିର୍ଦେଶ ଦେଇଥିଲେ । ମୋଦୀଙ୍କ ଉଦ୍ୟମରେ କେଦାରନାଥ ପୁନରଉଦ୍ଧାର କାର୍ଯ୍ୟ ଶୀଘ୍ର ସମ୍ପନ୍ନ ହୋଇ ପାରିଥିଲା । ଗୁମ୍ଫାମାନଙ୍କର ପୁନଃ ନିର୍ମାଣ କାର୍ଯ୍ୟ ଶେଷ ହେବାପରେ ସାଧାରଣ ଲୋକଙ୍କ ପାଇଁ ଏହାକୁ ଉନ୍ମୁକ୍ତ କରାଯାଇଛି ।

Comments are closed.