ପୁଲୱାମା ଆକ୍ରମଣ-ମୋଦୀ ଓ ଇମ୍ରାନଙ୍କ ଫିକ୍ସିଂ : ହରିପ୍ରାସଦ

0

ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ଲାଗି ରହିଛି। ଏହି ରାଜନୈତିକ ବୟାନବାଜିରେ କଂଗ୍ରେସ ମହାସଚିବ ବି.କେ ହରିପ୍ରସାଦ ଯୋଡି ହୋଇଛନ୍ତି। କଂଗ୍ରେସ ମହାସଚିବ ବି.କେ ହରିପ୍ରସାଦ କହିଛନ୍ତି ପୁଲୱାମା ଆକ୍ରମଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପାକିସ୍ତାନ ମୁଖ୍ୟମନ୍ତ୍ରୀ ଇମରାନ ଖାନଙ୍କ ହାତ ରହିଛି। ବି.କେ ହରିପ୍ରସାଦଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ସେ ଆହୁରି କହିଛନ୍ତି ଯିଏ ଦେଶର ସୁରକ୍ଷା କଥା କହୁଛନ୍ତି ସେମାନେ କେରଳରେ ୨କିଲୋ ବିଫ୍‍ ଧରିପାରୁଛନ୍ତି, କିନ୍ତୁ ସୀମାପାର ହୋଇ କିପରି ଆରଡିଏକ୍ସ ଆସିଲା ତାକୁ ଧରିପାରିଲେ ନାହିଁ।
ସୂଚନାଯୋଗ୍ୟ ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପୁଲୱାମା ଆକ୍ରମଣକୁ ଏକ ଦୁର୍ଘଟଣା ବୋଲି କହିଥିଲେ।

Leave A Reply