ଏକତା ଦିବସରେ ଦେଶବାସୀଙ୍କୁ ଶପଥ ପାଠ କରାଇଲେ ପ୍ରଧାନମନ୍ତ୍ରୀ, ଦେଶବ୍ୟାପୀ ‘ରନ୍‌ ଫର୍‌ ୟୁନିଟି’ କାର୍ଯ୍ୟକ୍ରମ

ଗାନ୍ଧୀନଗର: ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗୁରୁବାର ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଉଛି। ଏଥିପାଇଁ ଦେଶବ୍ୟାପୀ ‘ରନ୍‌ ଫର ୟୁନିଟି’ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ସାମିଲ ହୋଇ ଗଣଦୌଡ଼ରେ ଭାଗନେଇଛନ୍ତି। ଗୁଜରାଟର କେୱାଡିଆଠାରେ ଥିବା ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଅର୍ଥାତ ଦେଶର ପ୍ରଥମ ଉପପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ କେୱାଡିଆରେ ଆୟୋଜିତ ଭବ୍ୟ ସମାରୋହରେ ଏକତା ପରେଡ୍‌ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରଧାନମନ୍ତ୍ର ଅଂଶଗ୍ରହଣ କରିଛନ୍ତି।

କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏକତାର ଶପଥ ପାଠ କରାଇଥିଲେ। ଦେଶବାସୀଙ୍କୁ ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ରାଷ୍ଟ୍ରୀୟ ଏକତାକୁ ମଜଭୁତ ରଖିବାକୁ ମୋଦୀ ଶପଥ କରାଇଥିଲେ। ପ୍ରଧାନମନ୍ତ୍ରୀ ସମ୍ମୁଖରେ ଯବାନମାନେ ମକ୍‌ ଡ୍ରିଲ କରିବା ସହିତ ଡେୟାର ଡେଭିଲ ଶୋ’ ପ୍ରଦର୍ଶନ କରିଥିଲେ। ମକ୍‌ ଡ୍ରିଲରେ ଯବାନମାନେ ଆତଙ୍କବାଦୀମାନଙ୍କୁ କିପରି ମୁକାବିଲା କରୁଛନ୍ତି ତାହା ଦେଖିବାକୁ ମିଳିଥିଲା।

Comments are closed.