ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ଧର୍ମେନ୍ଦ୍ର ଓ ପ୍ରତାପ !

ନୂଆଦିଲ୍ଲୀ : ଏନଡିଏ ସଂସସଦୀୟ ଦଳ ନେତା ନରେନ୍ଦ୍ର ମୋଦୀ ଆଉ କିଛି ସମୟ ପରେ ଦ୍ୱିତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥଗ୍ରହଣ କରିବେ। ନରେନ୍ଦ୍ର ମୋଦୀଙ୍କ ଏହି ମନ୍ତ୍ରୀମଣ୍ଡଳରେ ଓଡ଼ିଶାର ସାଂସଦ ମାନଙ୍କୁ ସ୍ଥାନ ଦିଆଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ତାଲିକାରେ ଓଡ଼ିଶାର ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁନର୍ବାର ଦାୟିତ୍ୱ ମଧ୍ୟ ଦିଆଯିବା ନେଇ ସୂଚନା ମିଳିଛି। ବାଲେଶ୍ୱର ସାସଂଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ପିଏମଓରୁ ଫୋନ ଆସିଥିବା ଜଣାପଡିଛି।
ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କୁ ମନ୍ତ୍ରୀପଦ ମିଳିବା ଖବର ବାଲେଶ୍ୱର ଜିଲା ସମେତ ସମଗ୍ର ଓଡ଼ିଶା ପାଇଁ ଏକ ଗର୍ବର ବିଷୟ। ତେବେ ସନ୍ଧ୍ୟା ୭ଟା ସମୟରେ ହେବାକୁ ଥିବା ଏହି ଶପଥଗ୍ରହଣ ଉତ୍ସବ ସମସ୍ତ ଆଲୋଚନା ପ୍ରଯ୍ୟାଲୋଚନାରେ ପୁର୍ଣ୍ଣଛେଦ ପକାଇବ।

Comments are closed.