ନିର୍ବାଚନ ଫଳାଫଳ ଟ୍ରେଣ୍ଡ ନେଇ ପ୍ରଧାନମନ୍ତ୍ରୀ ମୋଦି ଡାକିଲେ ଗୁରୁତ୍ବପୂର୍ଣ୍ଣ ବୈଠକ

0

ନୂଆଦିଲ୍ଲୀ: ୫ଟି ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ଭୋଟ ଗଣତି ପ୍ରକ୍ରିୟା ଜାରି ରହିଛି। ମଙ୍ଗଳବାର ଅପରାହ୍ନ ସୁଦ୍ଧା ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଜଣାପଡିବ। ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।

ସାଧାରଣ ନିର୍ବାଚନକୁ ଆଉ ମାତ୍ର ୫ମାସ ଥିବାରୁ ଏହି ନିର୍ବାଚନ ଫଳାଫଳ ରାଜନୈତିକ ଦଳ ଗୁଡିକ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ଭୋଟ ଗଣତି ଆରମ୍ଭ ହେବା ପରେ ତଥା ନିର୍ବାଚନ ଫଳାଫଳ ଟ୍ରେଣ୍ଡ ଆସିବା ପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ପୂର୍ବାହ୍ନରେ ସଂସଦ ଭବନରେ ବିଜେପି କୋର ଗ୍ରୁପର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।

Leave A Reply