ଭାରତକୁ କଂଗ୍ରେସ ୪ ଗାନ୍ଧୀ, ବିଜେପି ୩ ମୋଦୀ ଦେଇଛି : ସିଦ୍ଧୁ

0

ନୂଆଦିଲ୍ଲୀ : ପଞ୍ଜାବ ସରକାର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି। ରାଜସ୍ଥାନ କୋଟା ଠାରେ ଏକ ନିର୍ବାଚନ ସଭାରେ ମୋଦୀଙ୍କୁ କଟାକ୍ଷ କରି କହିଛନ୍ତି କଂଗ୍ରେସ ଦେଶକୁ ୪ଟି ଗାନ୍ଧୀ ଦେଇଛି। କିନ୍ତୁ ବିଜେପି ଦେଶକୁ ୩ ମୋଦୀ ଦେଇଛି। ସିଦ୍ଧୁ କହିଛନ୍ତି ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଦେଇଛି। ସେହିପରି ବିଜେପି ନୀରବ ମୋଦୀ, ଲଲିତ ମୋଦୀ ଓ ନରେନ୍ଦ୍ର ମୋଦୀ ଦେଇଥିବା ସିଦ୍ଧୁ କହିଛନ୍ତି।
ସୂଚନାଯୋଗ୍ୟ ଯେ ରାଜସ୍ଥାନ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଯାଇଥିବା ସମୟରେ ଏହା କହିଛନ୍ତି।

Leave A Reply