କଂଗ୍ରେସକୁ ମୋଦୀଙ୍କ କଡ଼ା ଜବାବ

0

ଭୋପାଳ : ମା’ ହୀରାବେନ୍‌ ମୋଦୀଙ୍କୁ ରାଜନୈତିକ ବିବାଦ ମଧ୍ୟକୁ ଟଣାଯିବା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ନିକଟରେ କୌଣସି ପ୍ରସଙ୍ଗ ନ ଥିବାରୁ ଦଳ ତାଙ୍କ ମା’ଙ୍କୁ ନେଇ ସମାଲୋଚନା ଆରମ୍ଭ କରିଛି। ଏଥିରୁ କଂଗ୍ରେସର ଅସହାୟତା ବାରି ହୋଇପଡୁଛି ଏବଂ ଦଳ ତାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିପାରିବ ନାହିଁ ବୋଲି ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବର ଶୁକ୍ରବାର ମୋଦୀଙ୍କୁ ବ୍ୟକ୍ତିଗତ ସମାଲୋଚନା କରିବା ସହିତ ଟଙ୍କାର ଅବମୂଲ୍ୟାୟନକୁ ମୋଦୀଙ୍କ ମା’ଙ୍କ ବୟସ ସହିତ ତୁଳନା କରି ମନ୍ତବ୍ୟ ଦେଇଥିଲେ। ବର୍ତ୍ତମାନ ଟଙ୍କା ମୂଲ୍ୟ ଯେଭଳି ହ୍ରାସ ପାଇଛି ତା ମୋଦୀଙ୍କ ମା’ଙ୍କ ବୟସ ପାଖାପାଖି ହୋଇଛି ବୋଲି ବବର କହିଥିଲେ। କଂଗ୍ରେସ ସରକାର ସମୟରେ ଭାରତୀୟ ଟଙ୍କାର ମୂଲ୍ୟ ଏତେ ପରିମାଣରେ ଖସି ଯାଇଥିଲା ଯେ ତାହା ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବୟସ ସହିତ ସମାନ ହୋଇଯାଇଥିଲା ବୋଲି ମୋଦୀ ଅନେକଥର ମନ୍ତବ୍ୟ ଦେଇଛନ୍ତି। ଏଭଳି ନକରାତ୍ମକ ମନ୍ତବ୍ୟ ପାଇଁ କଂଗ୍ରେସକୁ କ୍ଷମତାକୁ ନ ଆଣିବା ନିମନ୍ତେ ମୋଦୀ ମଧ୍ୟପ୍ରଦେଶବାସୀଙ୍କୁ ନିବେଦନ କରିଛନ୍ତି। ଏଥିସହ ତାଙ୍କ ସରକାରର ଉପଲବ୍ଧ କଂଗ୍ରେସ ନେତୃତ୍ବଧୀନ ସରକାରର କାର୍ଯ୍ୟ ସହିତ ତୁଳନା କରିବାକୁ ସେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମୋଦୀଙ୍କ ମା’ ହୀରାବେନ୍‌ ମୋଦୀଙ୍କ ବୟସ ୯୭ ବର୍ଷ।

Chief Minister of western Gujarat state and main opposition Bharatiya Janata Party (BJP) prime ministerial candidate Narendra Modi (L) listens to his mother Hira Ba at her home in Gandhinagar, about 23 kms from Ahmedabad on May 16, 2014. India’s triumphant Hindu nationalists declared “the start of a new era” in the world’s biggest democracy as the ruling Congress conceded defeat in elections that exposed anger about sickly economic growth and rampant corruption. AFP PHOTO/INDRANIL MUKHERJEE (Photo credit should read INDRANIL MUKHERJEE/AFP/Getty Images)
Leave A Reply