ମୋ ସରକାରରେ ମଧ୍ୟସ୍ଥଙ୍କ ସ୍ଥାନ ନାହିଁ: ମୋଦୀ

0

ଅହମଦାବାଦ : କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁର ହେଉଥିବା ପ୍ରତିଟି ଅର୍ଥ ଗରିବଙ୍କ ନିକଟରେ ପହଞ୍ଚୁଛି। କାରଣ ତାଙ୍କ ସରକାରରେ କୌଣସି ମଧ୍ୟସ୍ଥ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପ୍ରତି ଆକ୍ଷେପ କରି ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଦ୍ୱାରା ମଞ୍ଜୁର ହେଉଥିବ ୧ଟଙ୍କାର ସମସ୍ତ ପଇସା (୧୦୦ପଇସା) ଗରିବଙ୍କ ନିକଟରେ ପହଞ୍ଚୁଛି। ଅତୀତରେ ରାଜୀବ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ମଞ୍ଜୁର ହେଉଥିବା ଗୋଟିଏ ଟଙ୍କାରୁ ମାତ୍ର ୧୫ପଇସା ଗରିବଙ୍କ ନିକଟରେ ପହଞ୍ଚୁଛି। ମୋଦୀ କହିଛନ୍ତି ୨୦୨୨ ସୁଦ୍ଧା ପ୍ରତ୍ୟେକ ପରିବାରକୁ ଘର ଯୋଗାଇ ଦେବା ତାଙ୍କ ସରକାରର ପ୍ରମୁଖ ଲକ୍ଷ୍ୟ ରହିଛି।

Leave A Reply