ଏମ୍ସକୁ ପୁଣି ଗଲେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ: ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ଏମ୍ସ ଯାଇଛନ୍ତି। ଗତ କାଲି ଏମ୍ସ ଯାଇ ସେ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଶ୍ରୀ ବାଜପେୟୀଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ତାଙ୍କୁ ପୂର୍ବଭଳି ଜୀବନରକ୍ଷାକାରୀ ପଦ୍ଧତିରେ ରଖାଯାଇଛି। ଅପରାହ୍ନରେ ପୁଣି ଥରେ ଏମ୍ସ ପକ୍ଷରୁ ବୁଲେଟିନ୍‍ ଜାରି ହୋଇପାରେ ବୋଲି ଜଣାପଡ଼ିଛି। ଏମ୍ସରେ ଆପ୍‍ ନେତା ତଥା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‍ରିୱାଲ୍‍ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଅଛନ୍ତି।

Leave A Reply