କରୋନା ଟୀକା ପ୍ରସ୍ତୁତ: କମ୍ପାନୀ କହିଲା ଦାମ୍ ହେବ ଏତିକି ଟଙ୍କା

ନ୍ୟୁୟର୍କ: କରୋନା ମହାମାରୀ ଟିକାକୁ ନେଇ ଆସିଛି ବଡ଼ ଖବର । ଆମେରିକାର କମ୍ପାନୀ ମଡ଼ର୍ଣ୍ଣା ପ୍ରସ୍ତୁତ କରିଥିବା ଟିକା ବ୍ୟବହାର ଉପଯୋଗୀ ଓ ଏହା ୯୫% ପ୍ରଭାବଶାଳୀ ବୋଲି ଦାବି କରିବା ସହ ଏହାର ମୂଲ୍ୟ କେତେ ହେବ ସେ ସମ୍ପର୍କରେ ସୂଚନା ଦେଇଛି । କମ୍ପାନୀ ପ୍ରସ୍ତୁତ mRNA-1273 ଟିକା ଖୁବ୍ ଶୀଘ୍ର ବଜାରକୁ ଆସିବ ବୋଲି କମ୍ପାନୀ ସୂଚନା ଦେଇଛି ।

କମ୍ପାନୀର ଦାବି ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଗୋଟିଏ ଟିକାର ମୂଲ୍ୟ ୨୫ରୁ ୩୭ ଡ଼ଲାର (ଭାରତୀୟ ମୁଦ୍ରାରେ ୧୯୦୦ ଟଙ୍କାରୁ ୨୮୦୦ ଟଙ୍କା)  ପର୍ଯ୍ୟନ୍ତ ହୋଇପାରେ । ମଡ଼ର୍ଣ୍ଣାର  ସିଇଓ କହିଛନ୍ତି ଯେ ଚାହିଦା ଉପରେ ଏହି ଟିକାର ମୂଲ୍ୟ ନିର୍ଧାରିତ ହୋଇପାରେ । ପର୍ଯ୍ୟାପ୍ତ ଉପଲବ୍ଧ ହେବା ପରେ ଏହାର ମୂଲ୍ୟ ୧୦ ଡ଼ଲାରରୁ ୧୫ ଡ଼ଲାର (୭୫୦ ଟଙ୍କାରୁ ୧୧୦୦ ଟଙ୍କା) ପର୍ଯ୍ୟନ୍ତ ମଧ୍ୟ ହୋଇପାରେ ।

Comments are closed.