ଇରାନରେ ଭୂକମ୍ପ ଝଟକା

ତେହରାନ୍ : ଇରାନ୍‌ର ଉତ୍ତରପଶ୍ଚିମ ଅଞ୍ଚଳର ଆଫଗାନିସ୍ତାନ ସିମା ନିକଟରେ ଗୁରୁବାର ସକାଳ ସମୟରେ ଭୂକମ୍ପ ଝଟକା ଅନୁଭୁତ ହୋଇଥିବା ଜଣାପଡିଛି। ରିକ୍ଟର ସ୍କେଲରେ ଏହାର ତୀବତ୍ରା ୫.୮ ରେକର୍ଡ କରାଯାଇଛି। ଭୂପୃଷ୍ଠର ୮ କିମି ତଳେ ଭୂକମ୍ପର କେନ୍ଦ୍ର ରହିଥିବା ଭୂକମ୍ପ ଗବେଷଣା କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଏଥିରେ ୧୪ଟି ଗ୍ରାମର ସ୍ବଳ୍ପ କ୍ଷୟକ୍ଷତି ହୋଇଥିବାବେଳେ କେହି ମୃତାହତ କିମ୍ବା ଆହତ ହୋଇନଥିବା ସୂଚନା ମିଳିଛି।

Comments
Loading...