ବିଶ୍ବବିଦ୍ୟାଳୟ କୁଳପତି ସମ୍ମିଳନୀ ; ଆଦର୍ଶ ସିଲାବସ୍ ପାଇଁ ନିଷ୍ପତ୍ତି

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ରାଜଭବନରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ସବୁ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ ଏବଂ ପିଜି କାଉନସିଲ୍ ଅଧ୍ୟକ୍ଷଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ପାଇଁ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ କରାଯାଇଛି । +୩ ସ୍ତରରେ ଏକକ ସିଲାବସ୍ ପ୍ରଚଳନ ପାଇଁ ସହମତି ହେଲା ନାହିଁ ତେଣୁ ଆଦର୍ଶ ସିଲାବସ୍ ପାଇଁ ନିଷ୍ପତ୍ତି ହୋଇଛି । ସ୍ନାତକୋତ୍ତର ସିଲାବସ୍ ନେଇ ନିଷ୍ପତ୍ତି ହୋଇ ପାରିନାହିଁ ।

Comments are closed.