ମନ୍‍ କି ବାତ୍‍’ରେ ଯୋଗର ମହତ୍ୱ କଥା କହିଲେ ମୋଦୀ

ନୂଆଦିଲ୍ଲୀ: ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ପାଦ ଅଳଙ୍କୃତ କରିବା ପରେ ଆକାଶବାଣୀରେ ପ୍ରଥମଥର ପାଇଁ ତାଙ୍କର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ନରେନ୍ଦ୍ର ମୋଦୀ ନିକଟରେ ପାଳିତ ହୋଇଯାଇଥିବା ଆନ୍ତର୍ଜାତିକ ଯୋଗ ଦିବସ ସଂପର୍କରେ କହିଛନ୍ତି ଯେ ସାମଗ୍ରୀକ ସ୍ୱାସ୍ଥ୍ୟରକ୍ଷା ଓ ସଚେତନତା ସୃଷ୍ଟି ହେବା ଯୋଗ ଦିବସର ମହତ୍ୱ ବୃଦ୍ଧି କରିଛି। ଯୋଗର ମହତ୍ୱ ଏପରି ବୃଦ୍ଧି ପାଇଛି ଯେ ଏହା ହିମାଳୟର ଶିଖର, ଭାରତ ମହାସାଗର, ବାୟୁସେନାରୁ ଯୁଦ୍ଧ ବିମାନ, ଶୀତତାପ ନିୟନ୍ତ୍ରିତ ଜିମ୍‍ଠାରୁ ଆରମ୍ଭ କରି ଉତ୍ତପ୍ତ ମରୁଭୂମି ଏବଂ ଗାଁରୁ ସହର ସବୁଠି ଲୋକେ ଏହାକୁ ପାଳନ କରିଛନ୍ତି।

ଏହି ଅବସରରେ ଲୋକେ ଖାଲି ଯୋଗାଭ୍ୟାସ କରିନଥିଲେ, ବରଂ ମିଳିତ ହୋଇ ଏହାକୁ ଏକ ଉତ୍ସବ ଭାବେ ପାଳନ କରିଥିଲେ। ଯୋଗର ପ୍ରୋତ୍ସାହନ ସାମାଜିକ ସେବାର ଏକ ମହାନ ଉଦାହରଣ। କେତେକ ଉଦାହରଣ ଦେଇ ମୋଦୀ କହିଛନ୍ତି ଯେ ଜାପାନ, ଇଟାଲୀ ଏବଂ ଅନେକ ଦେଶରେ ଯୋଗଶିକ୍ଷା ପ୍ରଦାନ କରାଯାଉଛି।

Comments are closed.