ପାଟଣା ତହସିଲ ପରିସରରେ ଅଗ୍ନିଶମ ବିଭାଗର ମକଡ୍ରିଲ ଅନୁଷ୍ଠିତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ପାଟଣା ତହସିଲ ପରିସରରେ ମକଡ୍ରିଲ କରାଯାଇଛି। ତହସିଲଦାର ଶିବ ପ୍ରସାଦ ମୁର୍ମୁଙ୍କ ଉପସ୍ଥିତିରେ ଅଗ୍ନିଶମ କେନ୍ଦ୍ରାଧିକାରୀ ମନୋରଞ୍ଜନ ମହାନ୍ତଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର ଚାନ୍ଦରାୟ ସୋରେନ, ମଳୟ କୁମାର ମଲ୍ଲିକ ଓ ଯତୀଶ ଚନ୍ଦ୍ର ମୁଦୁଲି ପ୍ରମୁଖ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲାଗିଲେ ଲିଭାଇବାର କୌଶଳ, ଉଦ୍ଧାର କାର୍ଯ୍ୟ, ଅଗ୍ନି ଦୁର୍ଘଟଣାରୁ ରକ୍ଷା କୌଶଳ, ଉଚ୍ଚ ଅଟ୍ଟାଳିକାରୁ ପୀଡ଼ିତଙ୍କୁ ଉଦ୍ଧାର କାର୍ଯ୍ୟ, ନିଆଁ ନ ଲାଗିବା ସତର୍କତା ଆଦି ସମ୍ପର୍କରେ ମକଡ୍ରିଲ ପ୍ରଦର୍ଶନ କରିଥିଲେ। ଏହା ସହ ରୋଷେଇ କରୁଥିବା ସମୟରେ ହଠାତ୍ ଗ୍ୟାସ୍ ସିଲିଣ୍ଡରରେ ନିଆଁ ଲାଗିଲେ କିଭଳି ନିଆଁକୁ ଲିଭାଯାଇ ପାରିବ ସେ ସମ୍ପର୍କରେ ବିସ୍ତୃତ ଭାବେ ତାଲିମ ପ୍ରଦାନ କରିଥିଲେ।ସେହିପରି ଅଗ୍ନିକାଣ୍ଡ ସମୟରେ ଅଗ୍ନି ନିର୍ବାପକ ଯନ୍ତ୍ର କିଭଳି ବ୍ୟବହାର କରିବେ ସେ ସମ୍ପର୍କରେ ପ୍ରଦର୍ଶନଗତ ଶିକ୍ଷା ପ୍ରଦାନ କରିଥିଲେ।

Comments
Loading...