ଏବେ ମୋବାଇଲ ଫୋନରୁ ଜାଣନ୍ତୁ କ୍ଷୀର ବିଶୁଦ୍ଧ କି ନୁହେଁ !

0

ଆପଣ ବ୍ୟବହାର କରୁଥିବା କ୍ଷୀର ବା ଦୁଗ୍ଧରେ ଅପମିଶ୍ରଣ ହୋଇଛି କି ନୁହେଁ, ତାହା ଜାଣିବା ଏବେ ସହଜ ହୋଇଯାଇଛି । ଆଗାମୀ ଦିନରେ ମୋବାଇଲ ଫୋନ୍ ମାଧ୍ୟମରେ ଆପଣ ଏହା ଜାଣିପାରିବେ । ହାଇଦ୍ରାବାଦର ଆଇଆଇଟି ଗବେଷକମାନେ ସ୍ମାର୍ଟ ଫୋନରେ ଏଭଳି ଏକ ସେନ୍ସରିଙ୍ଗ ସିଷ୍ଟମ ବିକଶିତ କରୁଛନ୍ତି, ଯାହା ଆଗାମୀ ଦିନରେ କ୍ଷୀରର ଶୁଦ୍ଧତା ବିଷୟରେ ଅବଗତ କରାଇବ ।

ଆଇଆଇଟି ଗବେଷକମାନେ କ୍ଷୀରର ଶୁଦ୍ଧତା ପରୀକ୍ଷା କରିବା ପାଇଁ ଇଣ୍ଡିକେଟରକୁ ଆଧାର ରୂପେ ବ୍ୟବହାର କରିଛନ୍ତି। କ୍ଷୀରରେ ଥିବା ଅମ୍ଲର ସାନ୍ଧ୍ରତା ଅନୁଯାୟୀ ଏହି ଇଣ୍ଡିକେଟର ପେପରର ରଙ୍ଗ ବଦଳିଯିବ । ମୋବାଇଲ ଫୋନରେ ଥିବା ସେନ୍ସରରେ ବଦଳୁଥିବା ଇଣ୍ଡିକେଟର ପେପର ର ରଙ୍ଗକୁ ଡିକୋଡ କରି ପାରିବ । ପରୀକ୍ଷା ବେଳେ ଏଥିରୁ ୯୯.୭୧ ପ୍ରତିଶତ ସଠିକ୍ ଫଳାଫଳ ମିଳିଛି ବୋଲି ଗବେଷକମାନେ ସୂଚନା ଦେଇଛନ୍ତି।

ଆନିମଲ ୱେଲଫେୟାର ବୋର୍ଡ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ ଭାରତରେ ୬୮.୭ ପ୍ରତିଶତ ଦୁଗ୍ଧ ବା ଦୁଗ୍ଧ ଜାତୀୟ ଖାଦ୍ୟ ଦ୍ରବ୍ୟରେ ଅପମିଶ୍ରଣ ହୋଇଥାଏ । ଏଥିରେ ଡିଟରଜେଣ୍ଟ, ଗ୍ଲୁକୋଜ୍ ୟୁରିୟା, କାଷ୍ଟିକ ସୋଡା, ହ୍ବାଇଟ୍ ପେଣ୍ଟ ଆଦି ମିଶ୍ରଣ ହୋଇ ରହିଥାଏ । ତେଣୁ ଏବେ ନୂଆ ମୋବାଇଲ୍‌ ଫୋନ୍‌ ଗ୍ରାହକଙ୍କୁ କିଛି ପରିମାଣରେ ଅପମିଶ୍ରଣ ସମସ୍ୟାରୁ ମୁକ୍ତି ଦେଇପାରିବ ବୋଲି ଆଶା କରାଯାଉଛି।

Leave A Reply