ଚାର୍ଜରେ ବସାଇ ମୋବାଇଲରେ କଥା ହେବା କାଳ ହେଲା; ମା’ ଓ ୨ ଶିଶୁ ମୃତ

ଚେନ୍ନାଇ: ତାମିଲନାଡୁରେ ଏକ ଦୁଃଖଦ ଘଟଣା ସମ୍ନାକୁ ଆସିଛି। ଚାର୍ଜରେ ବସାଇ ମୋବାଇଲ ଫୋନରେ କଥା ହେବା ଏକ ପରିବାର ପାଇଁ କାଳ ସାଜିଛି। ମୋବାଇଲ୍‌ ଫୋନ୍‌ ଫାଟିଯିବାରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି। ତାମିଲନାଡୁର କରୁର ଅଞ୍ଚଳରେ ଏହି ଅଘଟଣ ଘଟିଛି।

କରୁର ଅଞ୍ଚଳର ୨୯ ବର୍ଷୀୟା ମୁଥୁଲକ୍ଷ୍ମୀ ମୋବାଇଲ୍‌କୁ ଚାର୍ଜରେ ବସାଇ କଥା ହେଉଥିଲେ। କଥାବାର୍ତ୍ତା ସରିବା ପରେ ସେ ଯେତେବେଳେ କଲ୍‌ କାଟିଦେଇଥିଲେ, ସେତେବେଳେ ହଠାତ୍‌ ମୋବାଇଲ୍‌ ଫାଟିଯାଇଥିଲା। ଏହା ପରେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା। ତାଙ୍କ ପାଖରେ ଥିବା ୨ ଶିଶୁ(୩ ବର୍ଷୀୟ ରଜନୀତ୍‌ ଓ ୨ ବର୍ଷୀୟ ଦିକ୍ଷିତ)ଙ୍କ ଶରୀରରେ ମଧ୍ୟ ନିଆଁ ଲାଗିଯାଇଥିଲା। ଘଟଣା ପରେ ସମସ୍ତଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।​‌ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୁଥୁଲକ୍ଷ୍ମୀ ୬ ବର୍ଷ ତଳେ ବିବାହ କରିଥିଲେ। ଦାରିଦ୍ର୍ୟ ଯୋଗୁ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ପଳାଇଥିଲେ। ଏହା ପରେ ସେ ୨ ସନ୍ତାନଙ୍କ ସହିତ ରହୁଥିଲେ।

Comments are closed.