ମୋବାଇଲ ଫୋନ୍ ଫାଟି ବର୍ଷକର ଶିଶୁକନ୍ୟା ଗୁରୁତର

ଲକ୍ଷ୍ମୀପୁର : ମୋବାଇଲ ଫୋନ୍ ଫାଟି ବର୍ଷକର ଶିଶୁ କନ୍ୟା ଗୁରୁତର ଆହତ ହୋଇଛି । କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର ତଳ ବିଲାଙ୍ଗସିଲ ଗ୍ରାମରେ ଏହି ଘଟଣା ଘଟିଛି। ରହିତ ନାଚିକାଙ୍କ ଝିଅ ବର୍ଷା ତା ବାପା ମା’ଙ୍କ ସହିତ ଶୋଇଥିବା ବେଳେ ତାଙ୍କ ନିକଟରେ ଥୁଆ ହୋଇଥିବା ଜୀଓ ଫୋନଟି ହଠାତ୍ ଫାଟି ଯାଇଥିଲା, ଫଳରେ ଝିଅଟିର ମୁଁହ ସମ୍ପୁର୍ଣ୍ଣ ପୋଡ଼ି ଯାଇଛି। ତାକୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଅବସ୍ଥା ଗୁରୁତର ଥିବାରୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Comments are closed.