୨୦୨୦ରେ ଏଟିଏମରୁ ଟଙ୍କା କାଢିବା ପରିମାଣକୁ ଟପିଯାଇଛି ମୋବାଇଲରେ ଅର୍ଥ ପୈଠ

ନୂଆଦିଲ୍ଲୀ: ଦେଶବାସୀ ଡିଜିଟାଲ ଦେଣନେଣକୁ ଗ୍ରହଣ କରିଛନ୍ତି। ଗତବର୍ଷ ମୋବାଇଲ ଯୋଗେ ଅର୍ଥ ପୈଠ ପରିମାଣ ଏଟିଏମରୁ ଟଙ୍କା କାଢିବା ପରିମାଣକୁ ଟପିଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଶୁକ୍ରବାର ଦିନ ଏଠାରେ ଦୁଇ ଦିନିଆ ଇନଫିନିଟି ଫୋରମକୁ ଉଦଘାଟନ କରିବା ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋବାଇଲ ଜରିଆରେ ଦେଣନେଣ କ୍ଷେତ୍ରରେ ଘଟୁଥିବା ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରଥମ ଥର ପାଇଁ ଗତବର୍ଷ ମୋବାଇଲ ଯୋଗେ ଅର୍ଥ ଦେଣନେଣ ଏଟିଏମରୁ ଟଙ୍କା କାଢିବା ପରିମାଣକୁ ମଧ୍ୟ ଅତିକ୍ରମ କରିଯାଇଛି। ବିଧିବଦ୍ଧ ଭାବରେ ଶାଖା କାର୍ଯ୍ୟାଳୟ ନଥାଇ ମଧ୍ୟ ସମ୍ପୂର୍ଣ୍ଣ ଡିଜିଟାଲ ବ୍ୟାଙ୍କ ବ୍ୟବସ୍ଥା ବାସ୍ତବ ରୂପ ନେଇସାରିଛି ଏବଂ ଆଗାମୀ ଦଶବର୍ଷରୁ କମ ସମୟ ମଧ୍ୟରେ ଭାରତରେ ଏହା ସାଧାରଣ ଘଟଣାରେ ପରିଣତ ହେବାକୁ ଯାଉଛି।

Comments are closed.