ମୋବାଇଲ୍‌ ଭିଡିଓ ନିଶାରେ ବୁଡିଗଲେ ଯୁବକ, ଭିଡିଓ ବନଉଥିଲା ସାଙ୍ଗ

ଲକ୍ଷ୍ମୌ .- ଏବେ ଅନେକଙ୍କୁ ସେଲଫି ସହ ମୋବାଇଲ୍‌ରେ ବିଭିନ୍ନ ଢଙ୍ଗରେ ଭିଡିଓ ବନାଇବାର ନିଶା ଘାରିଛି । ଏହା ଅନେକଙ୍କ ପାଇଁ ମୃତ୍ୟୁର କାରଣ ବି ହୋଇଛି । ଏପରି ଏକ ଘଟଣା ଉତ୍ତରପ୍ରଦେଶର ଫିରୋଜବାଦରେ ଘଟିଛି । ନିଜର ସାଙ୍ଗସହ କେନାଲରେ ଗାଧୋଇବା ବଳେ ଜଣେ ଯୁବକ ବୁଡିଯାଇଛନ୍ତି । ସେ ବୁଡିଯାଉଥିବା ବେଳେ ତାଙ୍କର ସାଙ୍ଗ ଭିଡିଓ ବନଉଥିଲା , ଧୀରେ ଧୀରେ ସେ ପାଣି ଭିତରେ ଅଦୃଶ୍ୟ ହୋଇଯାଇଥିଲା ।

ଘଟଣାଟି ଫିରୋଜାବାଦ ଥାନାର ଶିକୋହାବାଦରେ ଘଟିଛି । ଭୋଗନୀରୁ ବାହାରିଥିବା ଶାଖା କେନାରରେ ଅଭିଷେକ ଜୈନ ନାମକ ଯୁବକ ନିଜ ସାଙ୍ଗମାନଙ୍କ ସହ ଗାଧୋଇବା ପାଇଁଯାଇଥିଲେ । ତାଙ୍କ ଆଉଜଣେ ସାଙ୍କ ସେ ଗାଧଉଥିବାର ଭିଡିଓ ଉତ୍ତୋଳନ କରୁଥିଲେ । ଏତିକି ବେଳେ ସେ ପାଣି ଭିତରେ ଅଦୃଶ୍ୟ ହୋଇଯାଇଥିଲେ । ତାଙ୍କର ସାଙ୍ଗ ଏ ବିଷୟରେ କାହାରିକୁ ଜଣାଇ ନଥିଲା । ପରେ ବିଳମ୍ବତ ରାତିରେ ଅଭିଷେକର ଘର ଲୋକ ତାକୁ ଖୋଜା ଖୋଜି କରିଥିଲେ । ଅଭିଷେକର ସାଙ୍ଗକୁ ପଚରା ଉଚରା କରିବାରୁ ସେ ଘଟଣା ବିଷୟରେ ଜଣାଇବା ସହ ସେ ବୁଡିଯାଇଥିବାର ଭିଡିଓ ଦେଖାଇଥିଲା । ତତ୍‌କାଳ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଲାସୀ କାମ ଆରମ୍ଭ କରିଥିଲେ । ଅଭିଷକର କୌଣସି ଖୋଜ ଖବର ମିଳି ନାହିଁ ।

Comments are closed.