ଜ୍ୟାକେଟ୍ ଚାର୍ଜ କରିବ ସ୍ମାର୍ଟଫୋନ୍

# ବିଦେଶୀ କମ୍ପାନୀ ‘ସ୍ନୋ-ସି’ ଏକ ଉଚ୍ଚ କ୍ଷମତାସମ୍ପନ୍ନ ଜ୍ୟାକେଟ୍ ତିଆରି କରିଛି। ଏହି ଜ୍ୟାକେଟ୍‌କୁ ନେଇ ବିଶ୍ବସ୍ତରରେ ଚର୍ଚ୍ଚା ଚାଲିଛି। ଯୁବପିଢ଼ି ଏଇ ଜ୍ୟାକେଟ୍ କିଣିବାକୁ ଖୁବ୍ ଆଗ୍ରହୀ। କାରଣ ଏହା ଏକ ସ୍ମାର୍ଟ ଜ୍ୟାକେଟ୍। ସ୍ମାର୍ଟଫୋନ୍ ଯୁଗରେ ସମସ୍ତେ ଏଭଳି ଅଭ୍ୟସ୍ତ ଯେ ବ୍ୟାଟେରି କମ୍ ହେବା ମାତ୍ରେ ଅଧିକାଂଶ ଚିନ୍ତାରେ ପଡ଼ିଯାଉଛନ୍ତି। ଏବେ କିନ୍ତୁ ସାଥିରେ ପାୱାର୍ ବ୍ୟାଙ୍କ୍‌ କିମ୍ବା ଚାର୍ଜର ନେବାର ଆବଶ୍ୟକତା ଆଦୌ ନାହିଁ। କାରଣ ଜ୍ୟାକେଟ୍ ଆପଣଙ୍କ ଫୋନ୍‌କୁ ମାତ୍ର ୪୦ ମିନିଟ୍‌ରେ ଚାର୍ଜିଂ କରିପାରିବ। ସ୍ନୋ-ସି କମ୍ପାନୀ ମୁଖ୍ୟଙ୍କ ମତରେ ଜ୍ୟାକେଟ୍‌ର ମୂଲ୍ୟ ୧୫ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଜ୍ୟାକେଟ୍ ସମ୍ପର୍କିତ ତଥ୍ୟ ପ୍ରକାଶିତ ହେବା ପରେ ଯୁବବର୍ଗଙ୍କ ତୁଳନାରେ ଅଧିକାଂଶ ବୟସ୍କ ପିଢ଼ି ଏହାକୁ ଏକ ଉତ୍କୃଷ୍ଟ ଜ୍ୟାକେଟ୍ ବୋଲି ଉଲ୍ଲେଖ କରିଛନ୍ତି। ଜ୍ୟାକେଟ୍‌ରେ କୌଣସି ୟୁଏସ୍‌‌ବି କେବଲ୍ ଲାଗିନଥିବାବେଳେ ଏହାର ଦୁଇଟି ପକେଟ୍‌୍କୁ ଏଭଳି ଭାବେ ତିଆରି କରାଯାଇଛି ଯେ ସେଥିରେ ଫୋନ୍ ରଖିବା ମାତ୍ରେ ତାହା ଆପେଆପେ ଚାର୍ଜ ହେବ।

Comments are closed.