ମୋବାଇଲ୍‌ରେ ଗପିବା ସମୟରେ ୭ମହଲା ଉପରୁ ଖସିପଡିଥିବା ଛାତ୍ରଙ୍କର ମୃତ୍ୟୁ

0

ହାଇଦ୍ରାବାଦ..- ମୋବାଇଲ୍‌ରେ ଅନ୍ୟ ମନସ୍କ ହୋଇ ଗପିବା ଜଣେ ଛାତ୍ରଙ୍କ ପାଇଁ ପ୍ରାଣଘାତୀ ହୋଇଛି ।  ହାଇଦ୍ରାବାଦ ଆଇଆଇଟିରେ ପାଠ ପଢୁଥିବା  ୨୨ ବର୍ଷିୟ ଜଣେ ଛାତ୍ର ମୋବାଇଲେ ଗପୁଥିଲେ । ଏତିକି ବେଳେ ସେ ଅନ୍ୟମନସ୍କ ଭାବେ ଛାତର କଡକୁ ଆସିଯାଇଥିଲା । ମାତ୍ର ମୋବାଇଲ୍‌ରେ ବ୍ୟସ୍ତ ଥିବା ଯୋଗୁଁ ସେ ଏ ବିଷୟରେ ଜାଣି ପାରି ନଥିଲେ ।

ସାତ ମହଲା ବିଶିଷ୍ଟ ଏହି ଛାତକୁ ଖସି ପଡିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପୁଲିସ ଏହି ଘଟଣାର ତଦନ୍ତ କରିଥିଲା । ସିସିଟିଭି ଭିଡିଓରୁ ସେ ଛାତରୁ ମୋବାଇଲ୍‌ରେ ଗପିବା ବେଳେ ଖସି ପଡିଥିବା ସ୍ପଷ୍ଟ ହୋଇଛି ।

Leave A Reply