ମହଙ୍ଗା ହେବ କଲ ରେଟ୍‍!

0

କଲକାତା: ମୋବାଇଲ୍‍ ଫୋନ୍‍ ଓ ଇଣ୍ଟରନେଟ୍‍ ବ୍ୟବହାର ପାଇଁ ଉପଭୋକ୍ତାମାନେ ଆଗାମୀ ଦିନରେ ଅଧିକ ଟଙ୍କା ଗଣିବେ। କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବା ପରେ ଟେଲିକମ୍‍ କମ୍ପାନୀମାନଙ୍କ ଉପରେ ପ୍ରାୟ ୫, ୫୦୦ ରୁ ୬୦୦୦ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ। ସେହି ବୋଝକୁ ସେମାନେ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଲଦି ଦେବେ। ଫଳରେ ଆଗାମୀ ଦିନରେ କଲ୍‍ ଓ ଇଣ୍ଟରନେଟ୍‍ ରେଟ୍‍ ବୃଦ୍ଧି ପାଇବାର ଆଶଙ୍କା କରାଯାଇଛି।
ଟେଲିକମ୍‍ ଶିଳ୍ପ ସହିତ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ ଟେଲିକମ୍‍ ନେଟ୍‍ୱର୍କରେ ବ୍ୟବହୃତ ଉପକରଣର ଆମଦାନୀ ଉପରେ କେନ୍ଦ୍ର ସରକାର ୨୦% ବୃଦ୍ଧି କରିଛନ୍ତି। ଏହାର ପ୍ରଭାବ ସିଧାସଳଖ ଟେଲିକମ୍ପ କମ୍ପାନୀଙ୍କ ରାଜସ୍ୱ ଉପରେ ପଡ଼ିବ। ଏହାର ସମାଧାନ ପାଇଁ ଟେଲିକମ୍‍ କମ୍ପାନୀମାନେ ତାରିଫ୍‍ ରେଟ୍‍ ବୃଦ୍ଧି କରିବେ। ଯଦି ତାରିଫ୍‍ ରେଟ୍‍ ବୃଦ୍ଧି ନ ହୁଏ ତେବେ ୪ଜି ସେବାର ମାନରେ କାଣ୍ଟ ଛାଣ୍ଟ କରିବାକୁ ବାଧ୍ୟ ହେବେ। ଉଭୟ କ୍ଷେତ୍ରରେ ଉପଭୋକ୍ତାମାନେ ପ୍ରଭାବିତ ହେବେ।

Leave A Reply