ମୋବାଇଲ ମରାମତି ବେଳେ ବିସ୍ଫୋରଣ : ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

0

ବଲାଙ୍ଗିର : ବଲାଙ୍ଗିର ସହର ଟିକ୍ରାପଡାର କହ୍ନେୟା ମୋବାଇଲ ଦୋକାନରେ ସୋମବାର ଦିନ ପ୍ରାୟ ସାଢେ ୨ଟା ବେଳେ ବିସ୍ଫୋରଣ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ତେବେ ସଂପୃକ୍ତ ଦୋକାନ ମାଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆଜି ଦିନ ପ୍ରାୟ ଅଢେଇଟା ବେଳେ ଦୋକାନ ମାଲିକ ପ୍ରତାପ ସାହୁ ମାଇକ୍ରୋମ୍ୟାକ୍ସ କମ୍ପାନୀର ଏକ ମୋବାଇଲ ସଜାଡୁଥିଲେ। ମୋବାଇଲ ବ୍ୟାଟେରୀରେ ଏସିଟୋନ ଏସିଡର ବ୍ୟବହାର କରୁଥିବା ବେଳେ ହଠାତ୍‍ ବିସ୍ଫୋରଣ ହୋଇଥିଲା। ତାଙ୍କ ଦେହରେ ନିଆଁ ଲାଗି ହାତର ଲୋମ ପୋଡି ଯାଇଥିବା ବେଳେ ଅନ୍ୟ ସ୍ଥାନରେ ଆଘାତ ଲାଗିଛି। ତେବେ ଦୋକାନରେ ନିଆଁ ଲାଗି ବିଭିନ୍ନ ସାମଗ୍ରୀ ପୋଡି ଯାଇଛି। ଏଥିରେ ବହୁ ମୂଲ୍ୟବାନ ମୋବାଇଲ ସହ ମରାମତି ପାଇଁ ଆସିଥିବା ବହୁ ଦାମୀ ସେଟ୍‍ ରହିଥିଲା ବୋଲି ଦୋକାନ ମାଲିକ ସୂଚନା ଦେଇଛନ୍ତି। ତେବେ ଏହି ବିସ୍ଫୋରଣରେ ପାଖାପାଖି ୭ରୁ ୮ ଲକ୍ଷ ଟଙ୍କାର ମୋବାଇଲ ତଥା ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇଥିବା ସେ କହିଛନ୍ତି।

Leave A Reply