କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଭ୍ରାମ୍ୟମାଣ ଏଟିଏମ

ଜୟପୁର: ବିଦ୍ୟୁତ ସରବରାହ ସମ୍ପୂର୍ଣ ଠିକ ହୋଇ ନ ଥିବା ବେଳେ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଆନୁକୁଲ୍ୟରେ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ବିପନ୍ନ ଲୋକଙ୍କ ଟଙ୍କା ଉଠାଣ ପାଇଁ ଭ୍ରାମ୍ୟମାଣ ଏଟିଏମ ସେବା ପ୍ରଦାନ କରିଛି। ଏଠି ପାଇଁ ୩ ଗୋଟି ଭ୍ରାମ୍ୟମାଣ ଏଟିଏମ ଗାଡି ପୁରୀ ଜିଲାର ବିଭିନ୍ନ ଅଞ୍ଚଳକୁ ପଠାଯାଇଛି। ଗତ ୧୦ ତାରିଖ ଠାରୁ ଏପର୍ଯ୍ୟନ୍ତ ୧୪୦୪ ଜଣ ଭ୍ରାମ୍ୟମାଣ ଏଟିଏମରୁ ବିଭିନ୍ନ ବ୍ୟାଙ୍କର ଏଟିଏମ କାର୍ଡ଼ ଜରିଆରେ ୭୦,୫୪,୦୦୦ ଟଙ୍କା ଉଠାଇଛନ୍ତି।

ବିଦ୍ୟୁତ ସରବରାହ ସ୍ୱାଭାବିକ ହୋଇ ସେଠାକାର ବ୍ୟାଙ୍କ ଗୁଡିକ ପକ୍ଷରୁ ଏଟିଏମ ସେବା ଯୋଗାଇବାର ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ଭ୍ରାମ୍ୟମାଣ ଏଟିଏମ ସେଠାରେ ରହିବ ବୋଲି ବ୍ୟାଙ୍କ ତରଫରୁ ସୂଚନା ମିଳିଛି।

Comments are closed.