ଅମ୍ପନ ପ୍ରସ୍ତୁତି: ଟେଲି ସେବା ନିରବଚ୍ଛିନ୍ନ ରଖିବା ଅପରେଟରମାନଙ୍କୁ କେନ୍ଦ୍ରର ନିର୍ଦେଶ

ଗୋଟିଏ ଟାୱାରରୁ ମିଳି ପାରିବ ସବୁ ଅପରେଟରଙ୍କୁ ସେବା

ନୂଆଦିଲ୍ଲୀ: ’ଅମ୍ପନ’ ଯୋଗୁଁ ପ୍ରଭାବିତ ଅଞ୍ଚଳରେ ଟେଲି ସେବା ବ୍ୟାହତ ହୋଇପାରେ । ତେଣୁ ପରିସ୍ଥିିତିକୁ ଦୃଷ୍ଟିରେ ରଖି ଟେଲିସେବାକୁ ନିରବଚ୍ଛିନ୍ନ ରଖିବାକୁ ଟେଲି ଅପରେଟର ସଂସ୍ଥାଗୁଡ଼ିକୁ ନିର୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଆବଶ୍ୟକ ସ୍ଥଳେ ଜେନେରେଟର ସେଟ୍ ପ୍ରସ୍ତୁତ ରଖିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । କେନ୍ଦ୍ର ଟେଲିକମ୍ ସଚିବ ଅଂଶୁପ୍ରକାଶ ଏ ସମ୍ପର୍କରେ ବିଭିନ୍ନ ଟେଲି ଅପରେଟର ସଂସ୍ଥା ସହ କଥା ହୋଇଛନ୍ତି । ସେ କହିଛନ୍ତି ଯେ ‘ଅମ୍ପନ’ ପ୍ରଭାବରେ  ଭାବରେ ଟେଲିକମ୍‌ ବିଶେଷ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ସେବା ଯୋଗାଉଥିବା ସବୁ କମ୍ପାନୀ ସହ କଥା ହୋଇଛୁ। ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଡିଜି ସେଟ ସହ ପ୍ରସ୍ତୁତ ରହିବାକୁ କହିଛୁ। ବାତ୍ୟା ସମୟରେ ବା ପରେ ଯେମିତି ସମସ୍ତେ ସେବା ପାଇବେ, ସେଥିପ୍ରତି ଦୃଷ୍ଟି ଦେଉଛୁ। ବାତ୍ୟାରେ କୌଣସି କମ୍ପାନୀର ଗୋଟିଏ ଟାୱାର ଥିଲେ ମଧ୍ୟ ସେବା ମିଳିବ। ସଂପୃକ୍ତ ଟାୱାର ଜରିଆରେ ନିକଟବର୍ତ୍ତୀ ଉପଭୋକ୍ତା ସେବା ପାଇପାରିବେ। ଏହି ଇଣ୍ଟ୍ରା ସର୍ଭିସ ପାଇଁ ରୋମିଂ ଚାର୍ଜ ପଡ଼ିବ ନାହିଁ ବୋଲି ସେ କହିଛନ୍ତି ।

Comments are closed.