ମାଓଗଡ଼ରେ ପ୍ରତିଷ୍ଠା ହେବ ମୋବାଇଲ ଟାୱାର

ମାର୍ଚ୍ଚ ୨୦୨୩ ସୁଦ୍ଧା କାର୍ଯ୍ୟ ସମାପ୍ତ ଲକ୍ଷ୍ୟ

କୋରାପୁଟ : ଅବିଭକ୍ତ କୋରାପୁଟ ଜିଲାର ମାଓ ପ୍ରବଣ ଅଞ୍ଚଳରେ ୟୁଏସଓଏଫ ଫାଣ୍ଠି ତରଫରୁ ମୋବାଇଲ ଟାୱାର ପ୍ରତିଷ୍ଠା ହେବ। ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଦୂରସଞ୍ଚାର ବିଭାଗ ଓଡ଼ିଶା ପକ୍ଷରୁ ବୁଧବାର ସ୍ଥାନୀୟ ସର୍କିଟହାଉସଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦୂର ସଞ୍ଚାର ବିଭାଗର ବରିଷ୍ଠ ଡେପୁଟି ଡାଇରେକ୍ଟର ଜେନେରାଲ ଓଡ଼ିଶା ମୁଖ୍ୟ ବି.କେ ନାୟକ ଅଧ୍ୟକ୍ଷତା କରିଥିଲେ। ରାଜ୍ୟ ସରକାରଙ୍କ ସୁପାରିସକୁ ଆଧାର କରି ଓଡ଼ିଶାର ୯ ଜିଲାରେ ୪-ଜି ମୋବାଇଲ ଟାୱାର ୪୮୩ଟି ଭାରତ ସରକାରଙ୍କ ପକ୍ଷରୁ ମଞ୍ଜୁର କରାଯାଇଛି। ଏହା ପୂର୍ବରୁ ୟୁଏସଓଏଫ ବାଧ୍ୟତାମୂଳକ ପାଣ୍ଠିରୁ ଏହା ପ୍ରଦାନ କରାଯାଇଛି। ବର୍ତ୍ତମାନ କୋରାପୁଟ ଜିଲାରେ ୮୫ ଟି, ମାଲକାନଗିରି ଜିଲାରେ ୧୨୮ଟି, ରାୟଗଡାରେ ୩୩ଟି, ନବରଙ୍ଗପୁରରେ ୨୨ଟି, କଳାହାଣ୍ଡିରେ ୬୬ଟି, କନ୍ଧମାଳରେ ୯୬ଟି, ନୂଆପଡାରେ ୪୯ଟି ଓ ବରଗଡରେ ୨ଟି, ବୌଦ୍ଧ ୨ଟି ଟାୱାର ପ୍ରତିଷ୍ଠା କରିବା ନେଇ ମଞ୍ଜୁର ଦିଆଯାଇଛି। ସବୁଠୁ ବେଶି ମାଲକାନଗିରି ଜିଲାରେ ଦିଆଯାଇଛି। ମାର୍ଚ୍ଚ ୨୦୨୩ ସୁଦ୍ଧା ଏହି କାର୍ଯ୍ୟକୁ ସମାପ୍ତ କରିବେ ବୋଲି ଜଣାପଡିଛି।

Comments are closed.