ସାଂସ୍କୃତିକ କାର୍ଯ୍ୟକ୍ରମରେ ମହିଳା ନୃତ୍ୟାଙ୍ଗନାଙ୍କୁ ବିବସ୍ତ୍ର ନଚାଇଲେ

ଦିସପୁର : ଆସାମର କାମରୂପ ଜିଲାରେ ଏକ ସାଂସ୍କୃତି କାର୍ଯ୍ୟକ୍ରମରେ ମହିଳା ନୃତ୍ୟାଙ୍ଗନାଙ୍କୁ ବିବସ୍ତ୍ର ନଚାଇବା ଭଳି ଏକ ଅମାନବୀୟ ଘଟଣା ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‍ ଶାରୁଖ ଖାନ ଏବଂ ସୁବାହାନ ଖାନ ନାମକ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। କାର୍ଯ୍ୟକ୍ରମ ଆୟୋଜକଙ୍କ ବିରୋଧରେ ନୃତ୍ୟାଙ୍ଗନା ଦଳ ପକ୍ଷରୁ ମାମଲା ରୁଜୁ କରାଯାଇଛି।
ସୂଚନା ଅନୁସାରେ ଚାୟଗାଁଓ ପୁଲିସ୍‍ ଥାନା ଅଧୀନ ଏକ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲା। ସେଠାରେ ଉପସ୍ଥିତ ୫୦୦ରୁ ଅଧିକ ଲୋକ ହଠାତ୍‍ ସାଂସ୍କୃତିକ ନୃତ୍ୟ ପରିବେଷଣ କରୁଥିବା ନୃତ୍ୟାଙ୍ଗନାଙ୍କୁ ବିବସ୍ତ୍ର ହୋଇ ନାଚିବାକୁ ବାଧ୍ୟ କରିଥିଲେ। କୌଣସି ପ୍ରକାରେ ନୃତ୍ୟାଙ୍ଗନାମାନେ ସେଠାରୁ ଏକ ଗାଡ଼ି ଯୋଗେ ଖସିଯିବାରେ ସଫଳ ହୋଇଥିଲେ। ଖସିଯିବା ବେଳେ ଲୋକେ ତାଙ୍କ ଗାଡ଼ିକୁ ଢେଲା ପଥର ମାଡ଼ କରିଥିଲେ। ଲୋକମାନେ ଅଭିଯୋଗ କରିଛନ୍ତି ଯେ ପଶ୍ଚିମବଙ୍ଗର କୁଚବିହାରରୁ ଏକ ନୃତ୍ୟାଙ୍ଗନା ଦଳ ଆସୁଛି ଓ ସେମାନେ ଶୁକ୍ରବାର ବିବସ୍ତ୍ର ନୃତ୍ୟ କରିବେ କହି ଆୟୋଜକ ଉଚ୍ଚ ମୂଲ୍ୟରେ ଟିକେଟ ବ୍ରିକି କରିଥିଲା। ଫଳରେ ଲୋକମାନେ ନୃତ୍ୟାଙ୍ଗନାଙ୍କୁ ବିବସ୍ତ୍ର ନାଚିବାକୁ ବାଧ୍ୟ କରିଥିଲେ। ପୁଲିସ୍‍ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.