ମୋ ଉପକାରୀ ବଗିଚା ପାଇଁ ତାଲିମ ଶିବିର

ପାଟଣା : ପାଟଣା ବ୍ଲକ ସଭାଗୃହରେ ଆଜିଠାରୁ ୪ ଦିନିଆ ମୋ ଉପକାରୀ ବଗିଚା ସଂକ୍ରାନ୍ତୀୟ ତାଲିମ ଶିବିର ଓଡିଶା ଜୀବିକାମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ମନୋରଂଜନ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ଶିବିରରେ ଖିରେଇଟାଙ୍ଗିରୀ ପଂଚାୟତର ୩ ଜଣ, ତୁରୁମୁଙ୍ଗା ପଂଚାୟତର ୫ ଜଣ, ଚେମଣା ପଂଚାୟତର ୮ ଜଣ, ମୁରୁସୁଆଁ ପଂଚାୟତରୁ ଜଣେ, ଚାକୁଣ୍ଡାପାଳ ପଂଚାୟତରୁ ଜଣେ ଓ ବୁଢିକାପୁଡି ପଂଚାୟତର ୧୦ ଜଣ ଙ୍କୁ ମିଶାଇ ମୋଟ ୩୦ ଜଣ ସିଆରପିସିଏମ (ଆଂଚଳିକ ମଂଚ ସମ୍ବଳବ୍ୟକ୍ତି) ମାନଙ୍କୁ ମୋ ଉପକାରୀ ବଗିଚା ପରିଚାଳନା, ରକ୍ତହୀନତା ଦୂର, ଜନ୍ମରୁ ହଜାରେ ଦିନର ପୋଷଣ ଗୁରୁତ୍ୱ ସହ କୁପୋଷଣ ଦୂର ପାଇଁ ଉପାୟ ସମ୍ପର୍କରେ ପ୍ରଶିକ୍ଷକ କୃଷ୍ଣଚନ୍ଦ୍ର ବାରିକ ଓ ଶିବନାଥ ପ୍ରଧାନ ଶିବିରାର୍ଥୀ ମାନଙ୍କୁ ତାଲିମ ଦେଉଛନ୍ତି। ବିଡିଓ ଈଶ୍ୱରଚନ୍ଦ୍ର ନାଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ବିଏଲସି ମୃତ୍ୟୁଞ୍ଜୟ ମିଶ୍ର ଶିବିର ପରିଚାଳନା କରିଛନ୍ତି।

Comments are closed.