ବୌଦ୍ଧ ଗୋବିନ୍ଦପୁର ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବିଦ୍ୟାଳୟର ପାଚେରୀ ଖୁବଶୀଘ୍ର ନିର୍ମାଣ କରାଯିବ

ବୌଦ୍ଧ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଖୁଂଟବନ୍ଧ ପଂଚାୟତର ଗୋବିନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ସୁଧାରାଣୀ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବୌଦ୍ଧବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲା ଯୋଗଦେଇ ବିଦ୍ୟାଳୟ ପରିବେଶର ସୌନ୍ଦର୍ଯ୍ୟ ବୃଦ୍ଧି, ଛାତ୍ରଛାତ୍ରୀମାନଙ୍କର ଶିକ୍ଷଣ ଦକ୍ଷତା ବିକାଶ ପାଇଁ ଶିକ୍ଷକ ଶିକ୍ଷୟତ୍ରୀମାନେ ଯତ୍ନବାନ ହେବା ଜରୁରୀ। ସମ୍ମାନୀତ ଅତିଥି ଭାବେ ସରେପଂଚ ମିତ୍ରଭାନୁ ପ୍ରଧାନ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା, ସି.ଆର୍‍.ସି.ସି. ରାଜ କୁମାର ପ୍ରଧାନ, ସନତ ବାରିକ ଯୋଗଦାନ କରିଥିଲେ। ବରିଷ୍ଠ ଶିକ୍ଷୟତ୍ରୀ ହରପ୍ରିୟା ହୋତା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ବାସନ୍ତୀ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ବରୁଣ ପ୍ରଧାନଙ୍କୁ ଆଲୁମିନି ସଭାପତି ଭାବେ ମନୋନୀତ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପ୍ରଜ୍ଞା ପରିଡା, ଝିଲିମାରାଣୀ ପ୍ରଧାନ, ଶିକ୍ଷକ ରତିକାନ୍ତ ଜଟି ପରିଚାଳନା କରିଥିବା ବେଳେ ପୁରାତନ ଛାତ୍ର ଶ୍ରୀତମ ସାହୁ, ସୁଶିଲ ନାଏକ, ଜିତେନ୍ଦ୍ର ମହାକୁଡ, ପ୍ରଫୁଲ୍ଲ ନାଏକ, କନ୍ଦର୍ପ ଗାଇଗୌରୀଆ ପ୍ରମୁଖ ଯୋଗଦାନ କରିଥିଲେ। ସରପଂଚ ଶ୍ରୀ ପ୍ରଧାନ ଖୁବଶୀଘ୍ର ବିଦ୍ୟାଳୟର ପାଚେରୀ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଥିଲେ।

Comments are closed.