“ମୋ ଗାଁରେ ତହସିଲ “କାର୍ଯ୍ୟକ୍ରମ ଅନୁଷ୍ଠିତ

ଗୋପାଳପୁର : ଲୋକଙ୍କ ଜମିଜମା ସମ୍ବନ୍ଧୀୟ କାମ ପାଇଁ ବାରମ୍ବାର ସରକାରୀ କାର୍ଯାଳୟକୁ ନ ଦୌଡିବା ଓ ଲୋକଙ୍କ ହାତପହନ୍ତାରେ କିପରି ସୁବିଧା ପାଇପାରିବେ ତାକୁ  ଦୃଷ୍ଟରେ ରଖି ରାଜ୍ୟ ସରକାର “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି l ଏହି ପ୍ରେରିପେକ୍ଷୀରେ ଗଞ୍ଜାମ ଜିଲ୍ଲା ରଙ୍ଗେଈଲୁଣ୍ଡା ବ୍ଲକ ହଳଦିଆପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସରପଞ୍ଚ ଏସ. ରାଜେଶ୍ୱରୀ ଦୋରାଙ୍କ ତତ୍ତ୍ବାବଧାନରେ “ମୋ ଗାଁରେ ତହସିଲ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନିସି ତହସିଲଦାର ତାପସ ରାଉତ, ରଙ୍ଗେଈଲୁଣ୍ଡା ବ୍ଲକ ଉପାଧ୍ୟାକ୍ଷ ଅଜିତ କୁମାର ଦାଶ ରଙ୍ଗିପୁର ସରପଞ୍ଚ ରଶ୍ମିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଜମି ରାଜସ୍ବ ବାବଦରେ ୨୨,୮୦୦ଟଙ୍କା ଆଦାୟ କରାଯିବା ସହ ୨୧ ଜଣଙ୍କୁ ଘରବାରି ପଟ୍ଟା, ୨୧୬ ଜଣଙ୍କୁ ଇ-ପାଉତି, ୧୪ ଜଣଙ୍କୁ ଗ୍ରାମ କଣ୍ଟକ ପଟ୍ଟା, ୧୩ ଜଣଙ୍କୁ ବିଲ ପଟ୍ଟା ବଣ୍ଟନ କରିବା ସହ ୪୧ ଜଣ ପଟ୍ଟା ପାଇଁ ଆବେଦନ କରିଥିଲେl ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜସ୍ବ ପରିଦର୍ଶକ ପ୍ରଶନ୍ନ କୁମାର ମହାନ୍ତି, ହଳଦିଆପଦର ରାଜସ୍ବ ନିରୀକ୍ଷକ ସିମାଞ୍ଚଳ ପାତ୍ର, ସହକାରୀ ରାଜସ୍ବ  ନିରୀକ୍ଷକ ନୁର ରାଜା, ଅମିନ ବଜେନ୍ଦ୍ର କୁମାର ସାହୁ, ପିଅନ ଏନ. କ୍ରିଷ୍ଣା ଓ ତହସିଲ କାର୍ଯ୍ୟାଳୟର ବହୁ କର୍ମଚାରୀ ଯୋଗ ଦେଇଥିଲେ l

Comments are closed.