ଆସନ୍ତାକାଲିଠୁ ସବୁ ରୁଟରେ ଗଡିବ ‘ମୋ ବସ’

ଭୁବନେଶ୍ଵର : ଆସନ୍ତା କାଲିଠାରୁ ଭୁବନେଶ୍ଵରର ସବୁ ରୁଟ୍‌ରେ ମୋ ବସ୍‌ ଚଳାଚଳ କରିବ । ଆସନ୍ତାକାଲିଠୁ ୨୨ଟି ରୁଟରେ ଗଡିବ ୧୪୪ଟି ମୋ ବସ।କେବଳ ରୁଟ୍‌ ନମ୍ବର ୨୯କୁ ଛାଡି ଅନ୍ୟ ସବୁ ରୁଟ୍‌ରେ ମୋ’ ବସ୍‌ ଚାଲିବ । ଏନେଇ ବସ୍‌ ପରିଚାଳନାକାରୀ ‘କ୍ରୁଟ୍‌’ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମୋ’ ବସ୍‌ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା ।

ତେବେ ରାଜ୍ୟରେ ଅନଲକ୍‌ ଲାଗୁ ହେବା ପରେ ପର୍ଯ୍ୟାୟକ୍ରମେ ମୋ ବସ୍‌ ଆରମ୍ଭ କରାଯାଇଥିଲା । ନଭେମ୍ବର ମାସ ସୁଦ୍ଧା ୧୭ଟି ରୁଟ୍‌ରେ ମୋ’ ବସ୍‌ ଚଳାଚଳ କରୁଥିଲା । ତେବେ କୋଭିଡ୍‌ କଟକଣାକୁ ଧ୍ୟାନରେ ରଖି ମୋ’ ବସ୍‌ ଚଳାଚଳ କରୁଛି । ନିୟମିତ ବିଶୋଧନ ସହ ସାମାଜିକ ଦୂରତ୍ବା ଏପରି ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

Comments are closed.