ଆଜିଠୁ ରାଜଧାନୀର ୮ଟି ରୁଟରେ ଚାଲିଲା ‘ମୋ ବସ୍’ ସେବା

ଭୁବନେଶ୍ୱର: ଅନ୍‌ଲକ୍‌-୩ ଜାରିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ମୋ ବସ୍‌ ଚାଲିଛି । ଅତି ଗୁରୁତ୍ୱପୂର୍ଣ୍ଣ ୮ଟି ରୁଟରେ ନନ୍‌ ଏସି ବସ୍‌ ସେବା ଚାଲିବ ‘ମୋ ବସ’କୁ ପରିଚାଳନା କରୁଥିବା କ୍ୟାପିଟାଲ୍ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍‌ସପୋର୍ଟ ବା କ୍ରୁଟ ପକ୍ଷରୁ ଏହି ସୂଚନା ଦିଆଯାଇଛି । କ୍ରୁଟ ସୂଚନା ଅନୁସାରେ ଯାତ୍ରୀଙ୍କୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଏହି ସେବା ମିଳିବ। । ରାଜଧାନୀ ଭୁବନେଶ୍ଵରର ରୁଟ ନଂ ୧୧, ୧୬, ୧୮, ୨୦, ୨୩, ୨୫, ୨୭ ଓ ୩୩ରେ ଯାତ୍ରୀମାନେ ମୋ ବସରେ ଯିବାଆସିବା କରିପାରିବେ।

ଶିଖରଚଣ୍ଡୀ ବିହାରରୁ ଲିଙ୍ଗିପୁର, ବରମୁଣ୍ଡାରୁ ଜଗତପୁର, ମାଷ୍ଟରକ୍ୟାଣ୍ଟିନରୁ ଖୋର୍ଦ୍ଧା, ମାଷ୍ଟରକ୍ୟାଣ୍ଟିନରୁ ସମ୍‌ ହସ୍ପିଟାଲ, ମାଷ୍ଟରକ୍ୟାଣ୍ଟିନରୁ ବିଜୁପଟ୍ଟନାୟକ ପାର୍କ-ଉଊଇ ଗଡ଼ିବ ବସ୍‌, ମାଷ୍ଟରକ୍ୟାଣ୍ଟିନରୁ ଏମ୍‌ସ, ମାଷ୍ଟରକ୍ୟାଣ୍ଟିନରୁ ପିପିଲି, ମଞ୍ଚେଶ୍ବରରୁ ଡୁମଡୁମା ରୁଟ୍‌ରେ ଗଡ଼ିବ ବସ୍ । ଯାତ୍ରୀମାନଙ୍କୁ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବାକୁ ପଡ଼ିବ। ମାସ୍କ ପିନ୍ଧି ନଥିଲେ ବସ୍‌ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ଏହି ବସଗୁଡିକ ସୋମବାରରୁ ଶୁକ୍ରବାର ଚାଲିବ । ସପ୍ତାହର ଶେଷ ଦୁଇ ଦିନ ଶନିବାର ଓ ରବିବାର ବସ ଚଳାଚଳ କରିବ ନାହିଁ

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ୍ ଘୋଷଣା କରିଥିଲେ । ତେବେ ଲକଡାଉନ୍ କଟକଣାରେ ମୋ ବସ୍ ସେବା ବନ୍ଦ ରହିଥିଲା । ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା । ହେଲେ ଏବେ ଅନଲକ୍ ପର୍ଯ୍ୟାୟରେ ବସ ଗଡିବ ବୋଲି ଜଣା ପଡିଛି । ଏହାସହ ମାସ୍କ ନପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । କୋଭିଡ୍ ଗାଇଡଲାଇନ୍ ପାଳନ କରିବା ସହ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି ।

Comments are closed.