ମୋ ଆଶାର ଶୀତ ସଂଖ୍ୟା ଉନ୍ମୋଚିତ

ନିମାପଡା: ନିମାପଡାର ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ୍‌ ଷ୍ଟାର ଗ୍ରୁପ୍ ପକ୍ଷରୁ ପ୍ରକାଶ ପାଇଥିବା ତ୍ରୟ ମାସିକ ଶିଶୁ କିଶୋର ପତ୍ରିକାର ଶୀତ ସଂଖ୍ୟା କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଉନ୍ମୋଚିତ ହୋଇଯାଇଛି। କିଟ୍‌ ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, କାଦମ୍ବିନୀ ଓ କୁନିକଥାର ସଂପାଦିକା ଇତି ସାମନ୍ତ, ପତ୍ରିକାର ସଂପାଦକ ସୁମନ୍ତ ମହାରଣା, ଅଧ୍ୟାପକ ଡା. ରବୀନ୍ଦ୍ର ନାଥ ପାଢୀ, ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ରାଉତ, କବି ଓସିଜ ଖାଁ ପ୍ରମୁଖ ଯୋଗ ଦେଇ ଏହି ପତ୍ରିକାକୁ ଉନ୍ମୋଚିତ କରିଥିଲେ। ପତ୍ରିକାର ସଂପାଦକ ସୁମନ୍ତ ମହାରଣା ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ହୋଇଥିବା ବେଳେ ତାଙ୍କର ଏହି ପ୍ରୟାସକୁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି।

Comments are closed.