କାଳବୈଶାଖୀ ପ୍ରଭାବିତ ଅଂଚଳ ବୁଲିଲେ ବିଧାୟକ

କଲମପୁର : କାଳବୈଶାଖୀର ପ୍ରଭାବରେ ନଷ୍ଟ ହେଇଛି ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ଅଡ୍ରି, ମାଲିଗାଁ ଓ ଗୋପିନାଥପୁର ପଞ୍ଚାୟତର ଗ୍ରାମ ସମୂହ। ପ୍ରଭାବିତ ହେଇଛନ୍ତି ଶତାଧିକ ଲୋକ। ଅନେକ ଚାଷୀ ସେମାନଙ୍କ ଧାନ ସମେତ ପନିପରିବା ଚାଷ ନଷ୍ଟ ହେଇଥିବାରୁ ହତାଶ ହେଇ ପଡିଛନ୍ତି। ଅନ୍ୟପଟେ ୧୦ରୁ ଅଧିକ ଗାଈ ବଳଦଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଥିବା ବେଳେ ଏବେ ମଧ୍ୟ ୨୦ରୁ ଅଧିକ ଗାଈ ବଳଦ ନିଖୋଜ ରହିଛି। ଏନେଇ ସୁଚନା ପାଇବା ପରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ପ୍ରଭାବିତ ମାଳିଗାଁ, ସୂର୍ୟ୍ୟଗଡ ଓ କଣାସୁକଲି ଅଂଚଳ ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ଥଙ୍କ ସହ ଆଲୋଚନା କରିଛନ୍ତି। ପନିପରିବା ଚାଷୀ ଓ ଗାଈ ଗୋରୁ ନଷ୍ଟ ହେଇଥିବା ହିତାଧିକାରୀଙ୍କ ସହ ଆଲୋଚନା କରିବା ସହ ସରକାରୀସ୍ତରରୁ କିଭଳି ସହାୟତା କରାଯାଇ ପାରିବ ସେନେଇ ଆଲୋଚନା କରିଥିଲେ। ଏନେଇ ବିଧାୟକ ଶ୍ରୀ ଦିଶାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା, କାଳବୈଶାଖିର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେଇଥିବା ସୂଚନା ଦେଇଥିଲେ। ଏହାସହ କ୍ଷତିଗ୍ରସ୍ଥ ଲୋକଙ୍କୁ କିଭଳି ତୁରନ୍ତ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ନେଇ ଜିଲାପାଳଙ୍କ ସମେତ ଜିଲା ପ୍ରାଣୀ ସମ୍ପଦ ବିଭାଗ, କୃଷି ଓ ଉଦ୍ୟାନ କୃଷି ବିଭାଗ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।

Comments are closed.