ବିଧାୟକଙ୍କ ପ୍ରଜାକୋର୍ଟ; ନିମ୍ନମାନର କାମ ଯୋଗୁଁ ଅଧିକାରୀଙ୍କୁ କଲେ ଉଠବସ୍, ଦେଖନ୍ତୁ ପୁରା ଭିଡ଼ିଓ

ବଲାଙ୍ଗୀର : ଜଣେ ସରକାରୀ ଅଧିକରୀଙ୍କୁ ବିଚ୍ ରାସ୍ତାରେ ଉଠବସ କରାଇ ଥିବା ନେଇ ପାଟଣାଗଡ଼ ବିଧାୟକଙ୍କ ନାମରେ ଅଭିଯୋଗ ହୋଇଛି । ନିମ୍ନମାନର କାମ ଯୋଗୁଁ ବିଧାୟକ ସରୋଜ ମେହେର କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ଉଠବସ କରାଯାଉଥିବା ଏକ ଭିଡିଓ ଭାଇରାଲ ହୋଇଛି । ୫ ମିନିଟ୍ ମଧ୍ୟରେ ୧୦୦ ଉଠବସ ହୁଏ, ନଚେତ୍ ପବ୍ଲିକ୍ ତମକୁ ମାଡ ମାରିବା ପାଇଁ ବିଧାୟକ ଆଦେଶ ଦେଉଛି ବୋଲି ସରୋଜ ମେହେର ଏହି ଭିଡିଓରେ କହୁଛନ୍ତି । ତେବେ ଏନେଇ କନିଷ୍ଠ ଯନ୍ତ୍ରୀଙ୍କ ଏଯାଏଁ ଥାନାରେ ଅଭିଯୋଗ କରି ନାହାନ୍ତି ।

Comments are closed.