ସ୍କୁଲ ବନ୍ଦ ପ୍ରସଙ୍ଗ : ବେକ କାଟି ଆତ୍ମହତ୍ୟା କରିବି- ତାରା ବାହିନୀପତି

ଭୁବନେଶ୍ୱର : ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ୍ ଦେଇଛନ୍ତି। ସରକାର ନିଷ୍ପତ୍ତି ନ ବଦଳାଇଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି।
ଗୃହ ବାହାରେ ତାରାପ୍ରସାଦ ବାହିନୀପତି କହିଛନ୍ତି ‘ସ୍କୁଲ ଖୋଲିବା ନିଷ୍ପତ୍ତି ନ ନେଇ ଯଦି ବିଧାନସଭା ଚାଲେ ତେବେ ମୁଁ ଆତ୍ମହତ୍ୟା କରିବି’, ବାଚସ୍ପତିଙ୍କ ଟେବୁଲ ଆଗରେ ବେକ କାଟି ଆତ୍ମହତ୍ୟା କରିବି, ବାଚସ୍ପତିଙ୍କୁ ଏ ନେଇ ଅବଗତ କରାଇଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି। ସେ କହିଛନ୍ତି, ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି, ବେକ କାଟି ଦେବି।
ଅନ୍ୟପକ୍ଷରେ ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଶନିବାର ବିଧାନସଭାରେ ବାଚସ୍ପତି ଦୁଇ ଦୁଇ ଥର ରୁଲିଂ ଦେଇଛନ୍ତି । ଏହାସହ ବିଧାୟକଙ୍କ ଉଦବେଗକୁ ଦୃଷ୍ଟିରେ ରଖି କାଲି ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

Comments are closed.