ବଙ୍ଗୀୟ ସୁନ୍ଦରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡାଇ

ଯାଜପୁର : ବିବାହ ବନ୍ଧନରେ ଆବଦ୍ଧ ହେଲେ ସୁକିନ୍ଦା ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡାଇଙ୍କ ସୁପୁତ୍ର ପ୍ରୀତିରଞ୍ଜନ ଘଡାଇ । ବଙ୍ଗୀୟ ସୁନ୍ଦରୀ ଝିଲିକ୍‌ ଭଟ୍ଟାଚାର୍ଯ୍ୟଙ୍କ ହାତ ଧରିଛନ୍ତି ପ୍ରୀତିରଞ୍ଜନ । ଗତକାଲି ଚିଲିକାର ଏକ ରିସୋର୍ଟରେ ଦୁଇ ଜଣଙ୍କ ବିବାହ ହୋଇଥିବା ଜଣାପଡ଼ିଛି । ପ୍ରୀତିରଞ୍ଜନଙ୍କ ବାପା ପ୍ରଫୁଲ୍ଲ ଘଡାଇ ଏହି ସୂଚନା ଦେଇଛନ୍ତି। ପରିବାର ଓ କିଛି ସଂପର୍କୀୟଙ୍କ ଗହଣରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ଦୁଇ ଜଣଙ୍କ ବିବାହ ଫଟୋ ଏବେ ସୋସିଆଲ ମେଡିଆରେ ଭାଇରାଲ ହେବାରେ ଲାଗିଛି ।


ବିବାହ ସମୟରେ ପ୍ରୀତିରଞ୍ଜନ ଘଡାଇ ଧଳା ରଙ୍ଗର ସେରଓ୍ଵାନି ପିନ୍ଧିଥିବା ବେଳେ ଝିଲିକ୍‌ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ପ୍ରୀତିରଞ୍ଜନ ବାପା ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ଘଡାଇ ଓ ତାଙ୍କ ପତ୍ନୀ ମଧ୍ୟ ଫଟୋରେ ନଜର ଆସିଛନ୍ତି । ଦୁଇ ଜଣ ବିବାହ କରିବା ନେଇ କିଛି ଦିନ ହେବ ଚର୍ଚ୍ଚା ହେଉଥିବା ବେଳେ ପ୍ରୀତିରଞ୍ଜନ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏବେ ଦୁଇ ଜଣଙ୍କ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାଜପୁରରେ ଡ୍ୟାନିଙ୍କ ପ୍ରଶଂସକଙ୍କ ମନରେ ଏବେ ଖୁସିର ଲହରୀ ଖେଳିଯାଇଛି ।

Comments are closed.