ଗାଁରେ ରାତ୍ରିଯାପନ କଲେ ବିଧାୟକ ପ୍ରଣବ ପ୍ରକାଶ ଦାସ

ଯାଜପୁର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି ବିଧାୟକ ସନ୍ଧ୍ୟାରେ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ସରକାରୀ ଯୋଜନା ଗାଁରେ କେତେ ପହଞ୍ଚିଛି ଓ ଆଗକୁ କେଉଁ ସବୁ ଯୋଜନା ରହିଛି ସେ ସବୁ ନେଇ ମଧ୍ୟ ଆଲୋଚନା କରିଥିଲେ । ଏହାପରେ ଗାଁ ମହିଳାଙ୍କ ହାତ ତିଆରି ରୁଟି ତରକାରି ଓ ଭଜା ଖାଇ ଶୋଇଥିଲେ । ସକାଳୁ ଉଠି ସପେଂଇ କାମରେ ଲାଗିପଡିଥିଲେ। ବିଧାୟକଙ୍କର ଏଭଳି ରାତ୍ରିଯାପନ ପଂଳରେ ସାଧାରଣ ଲୋକଙ୍କ ନିକଟତର ହେବା ସହିତ ଲୋକଙ୍କ ସମସ୍ୟାର ସମାଧାନ ଶିଘ୍ର ହୋଇପାରିବ ବୋଲି ମତପ୍ରକାଶ ପାଇଛି ।

 

Comments are closed.