ବିଧାୟକଙ୍କ ଦ୍ୱାରା ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

ବାଙ୍କୀ : ଡମପଡା ବ୍ଲକ ଅଧିନ କୁଶପଙ୍ଗି ପଞ୍ଚାୟତରେ ଗୁରୁବାର ଦିନ ବାଙ୍କୀ ବିଧାୟକ ଦେବୀରଂଜନ ତ୍ରିପାଠୀ ବହୁ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। କୁଶପଙ୍ଗି ହାଇସ୍କୁଲର ବିଜ୍ଞାନଗାର ଓ କମ୍ପ୍ୟୁଟର ପ୍ରକୋଷ୍ଠ, ଜାତମୁଣ୍ଡିଆ ଓ କୁଶପଙ୍ଗି ଗ୍ରାମରେ ୨ ଗୋଟି ପ୍ରାଣୀଧନ ଚିକିତ୍ସାକେନ୍ଦ୍ର, ବୃଦ୍ଧାଶ୍ରମ ଏବଂ କୁଶପଙ୍ଗି ଗ୍ରାମରେ ଅଙ୍ଗନବାଡି-୨ କେନ୍ଦ୍ର ଲୋକାର୍ପିତ ହୋଇଛି।  ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟବରାଦରେ ୫ଗୋଟି ପ୍ରକଳ୍ପ ଉଦଘାଟିତ ହୋଇଥିବା ବେଳେ ୫ଟି ଯୋଜନାରେ ରଗଡି ଏବଂ ନିସ୍ତିପୁର ଅରାଚଣ୍ଡି ବିଦ୍ୟାପୀଠରେ ସ୍ୱତନ୍ତ୍ର ପ୍ରକୋଷ୍ଠ ନିର୍ମାଣ ନିମନ୍ତେ ଶିଳାନ୍ୟାସ କରାଯାଇଛି । ଏହି ୨ଟି ପ୍ରକଳ୍ପ ପ୍ରାୟ ୫୪ଲକ୍ଷ ଟଙ୍କା ବ୍ୟୟ ବରାଦରେ ନିର୍ମାଣକାର୍ଯ୍ୟ ଶେଷ ହେବ ବୋଲି ପ୍ରାଥମିକ ସୂଚନା ମିଳିଛି । କୁଶପଙ୍ଗି ପଞ୍ଚାୟତରେ ସଂଚାଳିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ପାତ୍ର, ବିଡିଓ ଶ୍ୟାମଳ କୁମାର ରାୟ, ଉପାଧ୍ୟକ୍ଷା ରେବତୀ ଜେନା, ଜିଲ୍ଲା ପରିଷଦ ସଦସ୍ୟ ତ୍ରିଲୋଚନ ରାଉତ, ପୁଷ୍ପାଞ୍ଜଳୀ ପ୍ରଧାନ, ପୁଷ୍ପଲତା ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲା ବେଳେ ସରପଞ୍ଚ ପ୍ରତିନିଧି ଅସିତ୍ ଜେନା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସେହିପରି ରଗଡି ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଖଗେନ୍ଦ୍ର ସେଠୀ ଓ ସମିତି ସଭ୍ୟ ପ୍ରତିମା ବେହେରା, ବିଜୟ କୁମାର ମହାନ୍ତି, ଭାଗିରଥୀ ପାଣିଙ୍କ ସମେତ ବହୁ ପଞ୍ଚାୟତରାଜ ପ୍ରତିନିଧି ଉପସ୍ଥିତ ଥିଲେ । ଅନ୍ୟତମ ଅତିଥି ଭାବରେ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତ ଉପସ୍ଥିତ ଥିଲେ।

Comments are closed.