ତିନି ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ବିଧାୟିକା

ପାତ୍ରପୁର : ପାତ୍ରପୁର ବ୍ଳକ ତିନି ପଞ୍ଚାୟତକୁ ଗସ୍ତ କରି ବିଧାୟିକା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ସହ ଉଦଘାଟନ କରିଥିଲେ। ପ୍ରଥମେ ବିଧାୟିକା ଉଷାଦେବୀ ପାତ୍ରପୁର ବ୍ଳକର ସ।ମନ୍ତିଆ ପଲ୍ଲୀ ପଞ୍ଚାୟତ ମୁଣ୍ଡୁକେରୀ ଗ୍ରାମରେ ପହଞ୍ଚି ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ପରେ ଜୟନ୍ତୀପୁର ଗ୍ରାମରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧିନରେ ପ୍ରାୟ ୪ କୋଟି ୬୩ ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଜୟନ୍ତୀପୁର ପୂର୍ତ୍ତ ରାସ୍ତା ଠାରୁ ତୁଟିପୁର ପର୍ଯ୍ୟନ୍ତ ପ୍ରାୟ ୭ କି.ମି ରାସ୍ତା ଉନ୍ନତିକରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ସେହିପରି ଜୟନ୍ତୀପୁର ଗ୍ରାମ ସ୍ଥିତ ପଞ୍ଚାୟତ ଗୋଦାମ ଗୃହ, ବେବର୍ତ୍ତା ସାହି ତେଲୁଗୁ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ, କଲ୍ୟାଣ ମଣ୍ଡପର ଶୁଭ ଉଦଘାଟନ କରିଥିଲେ। ସେହିପରି ଚିଡିପୁଡି ଠାରେ ନିର୍ମିତ ଗ୍ରାମ କୋଠଘର ଓ ଖଡଙ୍ଗା ରାଜେନ୍ଦ୍ର ପୁର ଗ୍ରାମ ସମସ୍ତ ପରିବାରକୁ ବିଶୁଦ୍ଧ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ତୁଟିପୁର ଠାରେ କମ୍ୟୁନିଟି ହଲ କଲ୍ୟାଣ ମଣ୍ଡପ ଉଦଘାଟିତ କରିଥିଲେ। ଜିଲ୍ଲା ପରିଷଦ ସଭ୍ୟ ପ୍ରକାଶ କୁମାର ଦାସ ,ରାମନାଥ ପାଣିଗ୍ରାହୀ, ନିଲଞ୍ଚଳ ପ୍ରଧାନ, ସରପଞ୍ଚ  ଦେବୀ ଭଗବାନ ସେଠୀ ଓ ଯୋଗେନ୍ଦ୍ର ଜେ. ଧର୍ମାରାଓ, ଦୁର୍ଯ୍ୟୋଧନ ରେଡି ଓ ଗୋପାଳ ପ୍ରମୁଖ ଯୋଗ ଦେଇଥିଲେ।

Comments are closed.