ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ

ଗୁଣୁପୁର: ପୂର୍ବତନ ବିଧାୟକ ରାମମୂର୍ତ୍ତି ମୁଟ୍ଟିକାଙ୍କ ପରଲୋକ ହୋଇଯାଇଛି। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ । ଆନ୍ଧ୍ରପ୍ରଦେଶର ଏକ ଘରୋଇ ମେଡିକାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶନିବାର ଆନ୍ଧ୍ରପ୍ରଦେଶର ରାଗୁଲୁ ମେଡିକାଲରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଅନେକ ନେତା, ସାମାଜିକ କର୍ମୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷ ଆଦି ଶୋକ ବ୍ୟକ୍ତ କରିଛନ୍ତି ।
ରାମମୂର୍ତ୍ତି ମୁଟ୍ଟିକା ଗୁଣୁପୁର ବିଧାନସଭା ଆସନରୁ ବିଜେଡିର ବିଧାୟକ ରହିଥିଲେ । ସେ ୨୦୦୯ରୁ ୨୦୧୪ରେ ବିଧାୟକ ଭାବେ ବିଜେଡି ଟିକଟରେ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ ସେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ।

Comments are closed.