ଅଡିଓ ଭାଇରାଲକୁ ନେଇ ଆରଡିରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ

ଆରଡି : ଭଦ୍ରକ ଜିଲା ବାଂଶଡା ଥାନାର ଏ.ଏସଆଇ ଗୁରୁଚରଣ ବେହେରା ଓ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମଧ୍ୟରେ ଫୋନ ଦ୍ୱାରା ହୋଇଥିବା ବିବାଦୀୟ ବାର୍ତ୍ତାଳପକୁ ନେଇ ବିଭିନ୍ନ ସୋସିଲା ମିଡିଆରେ ଭାଇରାଲ ହେବା ପରେ ଶନିବାର ବିଧାୟକଙ୍କୁ ବିରୋଧ କରି ବିଜେପି ପକ୍ଷରୁ ଆରଡି ପୀଠରେ ବିଧାୟକଙ୍କ କୁଶପୁତ୍ତଳିକା ଦାହ କରିବା ସହ ନାରାବାଜି ଦେଇଥିଲେ। ଚାନ୍ଦବାଲି ବ୍ଲକର ୪ଟି ପଞ୍ଚାୟତକୁ ନେଇ ଗଠିତ ବିଜେପି ମଣ୍ଡଳ ପକ୍ଷରୁ ଆରଡି ବସଷ୍ଟାଣ୍ଡ ଠାରୁ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ନାରାବାଜି ଦେଇ ଶୋଭାଯାତ୍ରାରେ ଆସି ଧର୍ମଶାଳା ପଡ଼ିଆରେ ପହଁଚିଥିଲେ। ସେଠାରେ ବିଧାୟକଙ୍କ ବିରୋଧରେ ଦଳର ପ୍ରମୁଖ ନେତାମାନେ ବକ୍ତବ୍ୟ ଦେବା ପରେ କୁଶପୁତ୍ତଳିକା ଦାହ କରିଥିଲେ। ବିଜେପି ଦଳର ନେତା କାହ୍ନୁ ଚରଣ ବେହେରା, ସନ୍ଦିପ ନାୟକ, ଜୀବନାନନ୍ଦ ପାଢୀ, ପ୍ରଦୀପ ନାୟକ, ସ୍ୱଦେଶ ପଣ୍ଡା, ବାବାଜି ସାହୁ, ସୁବାସ ସାହୁ ପ୍ରମୁଖ ଉପସ୍ଥିୁତ ଥିଲେ।

Comments are closed.