ଆଦିବାସୀ ପିଲାଙ୍କ ସହ ନୂଆବର୍ଷ ପାଳିଲେ ସୁକିନ୍ଦା ବିଧାୟକ

ଯାଜପୁର : ଦାନଗଦୀ ବ୍ଲକ ଶାଳିଜଙ୍ଗା ପଞ୍ଚାୟତ ସାହପୁର ଗାଁର କୁନି କୁନି ପିଲାଙ୍କ ସହ ମିଶି ନୂଆବର୍ଷ ୨୦୨୨କୁ ସ୍ୱାଗତ କରିଛନ୍ତି ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ । ସେମାନଙ୍କ ପଢ଼ା ବିଷୟରେ କଥା ହେବା ସହ ବହି, ଖାତା,ପେନ୍-ପେନସିଲ୍ ଦେଇ ଆଦିବାସୀ ପିଲାମାନଙ୍କ ପଢ଼ା ପ୍ରତି ଆଗ୍ରହ ବଢ଼ାଇବାକୁ ଚେଷ୍ଟା କରିଛନ୍ତି । ଥଣ୍ଡା ବଢ଼ିବା କାରଣରୁ ଶୀତବସ୍ତ୍ର ଆବଶ୍ୟକ କରୁଥିବା ସାହପୁରବାସୀଙ୍କୁ କମଳ ଦେବାକୁ ଉଚିତ ମଣିଛନ୍ତି ବିଧାୟକ ଘଡ଼ାଇ। ସରଳ ଆଦିବାସୀ ବିଧାୟକଙ୍କୁ ନାଚଗୀତରେ ନିଜ ଗାଁ ଭିତରକୁ ପାଛୋଟି ନେଇଥିଲେ।

Comments are closed.